ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହି ବସ୍ ! ଜଣେ ମୃତ, ୧୫ ଆହତ

ଯାତ୍ରୀଙ୍କୁ ନେଇ ବସ୍‌ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Pipili Accident

ପୁଣି ରାସ୍ତା ମଝିରେ ଓଲଟିଲା ବସ୍ । ପିପିଲି ଟୋଲ୍‌ଗେଟ୍‌ ନିକଟରେ ଓଲଟିଲା ଯାତ୍ରୀବହି ବସ୍ । ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ରହିଥିବା ବେଳେ ୧୫ ଜଣ ଆହତ ହୋଇଥିବା କୁହାଯାଉଛି । ପ୍ରଥମେ ବସ୍‌ଟି ଭାରସାମ୍ୟା ହରାଇ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇଥିଲା । ପରେ ଘଟଣାସ୍ଥଳରେ ହିଁ ଓଲଟି ପଡ଼ିିଥିବା ନେଇ ସ୍ଥାନୀୟ ଦେଖଣାହାରୀ ସୂଚନା ଦେଇଛନ୍ତି । ଯାତ୍ରୀଙ୍କୁ ନେଇ ବସ୍‌ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହାର କିଛି ଦିନ ପୂର୍ବରୁ ମଧ୍ୟ ଭୁବନେଶ୍ୱର ପୁରୀ ରୋଡ୍‌ରେ ବସ୍‌ ଓଲଟିଥିଲା ।