• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୀର୍ଘ ୮ ବର୍ଷ ପରେ ଘରକୁ ଫେରିଲା ଭେଣ୍ଡିଆ ପୁଅ । ବାପାମାଆଙ୍କ ଖୁସି କହିଲେ ନସରେ । ହଠାତ୍ ପୁଅକୁ ଦେଖି ବିଶ୍ୱାସ କରିପାରିଲେନି ପରିବାର ଲୋକେ । ଖୁସିରେ ଅବାକ୍ ହୋଇଗଲେ । ତାପରେ ପରିବାରରେ ଖେଳିଗଲା ଖୁସିର ଲହରୀ । ହଜିଲା ପୁଅକୁ ପାଇ ବାପାମାଆ ଏବେ ବହୁତ ଖୁସି । ଏମିତି ଘଟଣା ଘଟିଛି ପାଟଣାଗଡ଼ ଲାଠୋର ଥାନା ଟଙ୍କପାଣି ଗାଁରେ । 

ଗାଁର ସୁନ୍ଦର ହିଆଲଙ୍କ ସାନ ପୁଅ ଜିତେନ୍ଦ୍ର ୨୦୧୪ ମସିହାରୁ ନିଖୋଜ ଥିଲେ । ବୁହୁ ଖୋଜାଖୋଜି ପରେ ବି ପାଉନଥିଲେ ପରିବାର ଲୋକେ । ଜଣେ ସମାଜସେବୀ ହଜିଲା ପୁଅକୁ ଧରି ଘରକୁ ଆସିଥିଲେ । ଦୁଇ ଜଣଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ ପରିବାର । ସୂଚନା ମୁତାବକ ୨୦୧୪ ମସିହା ଅଗଷ୍ଟ ମାସରେ ଜିତେନ୍ଦ୍ର ହିଆଲ ନିଜ ଗାଁ ଟଙ୍କପାଣିରୁ ଲାଠୋର ବଜାରକୁ ଯାଇଥିଲେ । ତା ପରେ ସେ ଆଉ ଘରକୁ ଫେରିନଥିଲେ । 

ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ପୁଅକୁ ପାଇନଥିଲେ । ପୁଅ କେମିତି ଅଛି,. କଣ କରୁଛି, କେଉଁଠି ଅଛି ସେଇ ଚିନ୍ତା ପରିବାର ଲୋକଙ୍କୁ ଘାରିଥିଲା । ଏଇ ଚିନ୍ତାରୁ ମୁକୁଳି ପାରୁନଥିଲେ ପରିବାର ଲୋକ । ହେଲେ ତାଙ୍କ ପାଇଁ ଦେବଦୂତ ସାଜିଥିଲେ ସମାଜସେବୀ ସୁନୀଲ କୁମାର ଦାସ । ଜିତେନ୍ଦ୍ରଙ୍କୁ ଗାଡିରେ ନେଇ ସିଧା ଘରେ ପହଞ୍ଚାଇଥିଲେ ।

ତେବେ ଏହା ପୂର୍ବରୁ ଜିତେନ୍ଦ୍ରଙ୍କୁ ମହାରାଷ୍ଟ୍ରର ଅହମଦନଗର ସହରର ବସଷ୍ଟାଣ୍ଡରୁ ଉଦ୍ଧାର କରାଯାଇଥିଲା । ସେ ମାନସିକ ରୋଗରେ ପୀଡିତ ଥିଲେ । ଏକ ଘରୋଇ ସ୍ୱେଚ୍ଛାସେବୀ ସଂସ୍ଥାରେ ଜିତେନ୍ଦ୍ରଙ୍କୁ ରଖାଯାଇ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ହେବାପରେ ତାଙ୍କୁ ଗାଁକୁ ଆଣି ବାପା ମାଆଙ୍କ ପାଖରେ ଛାଡିଛନ୍ତି ସମାଜସେବୀ ସୁନୀଲ୍ । ଏହି କାମ କରିଥିବାରୁ ନିଜେ ଗର୍ବିତ ବୋଲି କହିଛନ୍ତି ସୁନୀଲ୍ ।

(ରିପୋର୍ଟ- କରୁଣାକର ବୁଡେକ, ପାଟଣାଗଡ଼)

OTV is now on Whatsapp

Join and get latest news update delivered to you via whatsapp

Join Now