Advertisment

ଶିଶୁପୁତ୍ରର ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ବାପାମା'

ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।

ନିଜ ଶିଶୁପୁତ୍ର ଜୀବନ ପାଇଁ ଭିକ୍ଷା ମାଗିଛନ୍ତି  ପିତାମାତା

ନିଜ ଶିଶୁପୁତ୍ର ଜୀବନ ପାଇଁ ଭିକ୍ଷା ମାଗିଛନ୍ତି ପିତାମାତା

Advertisment

କାମାକ୍ଷାନଗର: ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ନବଜାତ ଶିଶୁପୁତ୍ରର ଚିକିତ୍ସା ପାଇଁ ଗୋଟିଏ ମେଡ଼ିକାଲରୁ ଅନ୍ୟ ମେଡ଼ିକାଲକୁ ଦମ୍ପତ୍ତି ବୁଲୁଛନ୍ତି। ହେଲେ ଚିକିତ୍ସା ସୁବିଧା ନ ପାଇ ଶେଷରେ ଘରକୁ ଆଣିଛନ୍ତି। ଏବେ ନିଜ ଶିଶୁପୁତ୍ର ଜୀବନ ପାଇଁ ଭିକ୍ଷା ମାଗିଛନ୍ତି ପିତାମାତା। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

Advertisment

ଗାଁର ପଞ୍ଚାନନ ସିଂହଙ୍କ ସ୍ତ୍ରୀ ମୋନାଲିସା ସିଂହ ଗତ କାଲି ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ନବଜାତ ଶିଶୁଟିର ଅନ୍ତଃନଳୀ ବାହାରକୁ ବାହାରି ରହିଥିଲା। ଯାହାକୁ ନେଇ ଡାକ୍ତର ଚିକିତ୍ସା ପାଇଁ  କଟକ ଶିଶୁ ଭବନକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଶିଶୁଭବନରେ ଶିଶୁକୁ ଡାକ୍ତର ଏମସରେ ଭର୍ତ୍ତି କରିବାକୁ କହିଥିଲେ।

ସେଠାରେ ଥିବା ଡାକ୍ତର ପୁଣି କଟକ ଶିଶୁ ଭବନକୁ ଶିଶୁଟିକୁ ନେବା ପାଇଁ କହିଥିଲେ। ଏ ମେଡିକାଲରୁ ସେ ମେଡିକାଲରେ ଚିକିତ୍ସା ସୁବିଧା ନ ମିଳିବାରୁ ଶେଷରେ ତାକୁ ନିଜ ଘରକୁ ନେଇ ଆସିଛନ୍ତି। ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।

Advertisment
Odisha Government Dhenkanal Health Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ