Advertisment

ଝିଅ ହେବ ତ ଏମିତି; ବାପାର ଖାଇବାକୁ ନେଇ ତା’ ଭଳି କେହି ବି ଚିନ୍ତା କରିବେ ନାହିଁ

ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିଲେ ଯେ କେହି ବି ଭାବପ୍ରବଣ ହୋଇଯିବେ। ବାପା ସେମାନଙ୍କ ପାଇଁ କାମ କରୁଛନ୍ତି, ହେଲେ ଖାଉ ନାହାନ୍ତି ବୋଲି କୁନି ଝିଅଟିର ଭାରି ଚିନ୍ତା।

author-image
Pramod Behera
ଅଦ୍ୟତନ ହୋଇଛି
Papa works for us he doesn’t even eat food

Papa works for us he doesn’t even eat food

କେତେବେଳେ କନ୍ୟାକୁ ରତ୍ନ ବୋଲି କୁହାଯାଏ ତ ପୁଣି କେତେବେଳେ ଘରର ଲକ୍ଷ୍ମୀ। କିନ୍ତୁ ଏହାରି ଭିତରେ ବି ଅନେକ ଝିଅ ଜନ୍ମକୁ ସହଜେ ଗ୍ରହଣ କରି ପାରନ୍ତି ନାହିଁ। କେଉଁଠି କେଉଁଠି ଝିଅମାନେ ବି ଅନାଦରର ଶିକାର ହୁଅନ୍ତି। ଖାଲି ଅଶିକ୍ଷିତ ସମାଜ ନୁହେଁ ଶିକ୍ଷିତ ସମାଜରେ ମଧ୍ୟ ଏହା ଘଟୁଥିବା ଅନେକ ପ୍ରମାଣ ଅଛି।

Advertisment

ତେବେ ଆମ ଜୀବନରେ ଝିଅମାନଙ୍କରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତାହା ଆମେ ଭୁଲିଯାଉ। ଝିଅମାନେ ପରିବାରର ସୌନ୍ଦର୍ଯ୍ୟକୁ ଯେ ଦ୍ୱିଗୁଣିତ କରନ୍ତି ଏହାକୁ ମଧ୍ୟ ଧ୍ୟାନ ଦେବା ଜରୁରୀ। ଖାଲି ଏତିକି ନୁହେଁ, ପ୍ରାୟ ସମୟରେ ମଧ୍ୟ ଦେଖାଯାଏ ଯେ ଝିଅମାନେ ମଧ୍ୟ ପରିବାର ପାଇଁ ବେଶି ଚିନ୍ତିତ ହୋଇପଡନ୍ତି।

ଆମେ ପ୍ରାୟ ଦେଖିଛେ ଯେ ବାପା-ମା’ମାନେ ସେମାନଙ୍କ ପିଲାମାନଙ୍କ ପାଇଁ ବେଶି ଚିନ୍ତା କରନ୍ତି। ସେମାନେ ଖାଇଲେ କି ନାଇଁ, ସ୍କୁଲ ଯାଇଥିଲେ ଘରକୁ ଫେରିଲେଣି କି ନାଇଁ, ଦେହ ଖରାପ ହେଲେ ଭଲ ହେଲା କି ନାଇଁ ଏସବୁକୁ ନେଇ ବାପା-ମା ଚିନ୍ତା କରିବା ସ୍ୱାଭାବିକ କଥା। କିନ୍ତୁ ଛୋଟ ପିଲା ବାପା-ମା’ଙ୍କୁ ନେଇ ଚିନ୍ତିତ ହେବା ହୁଏତ ଆପଣ ଦେଖି ନଥିଏ। କିନ୍ତୁ ଏମିତି ବି ପିଲା ଅଛନ୍ତି ଯେଉଁମାନେ ସେମାନଙ୍କ ବାପା-ମା’ଙ୍କର ଖୁବ ଯନ୍ତ୍ର ନେଇଥାନ୍ତି।

Advertisment

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବହୁତ କ୍ଷୀପ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଗୋଟିଏ ଛୋଟ ଝିଅ ତା’ର ବାପାକୁ ନେଇ ଏତେ ଚିନ୍ତିତ ଯେ ତାଙ୍କ ପାଇଁ କୋହ ଉଠେଇ କାନ୍ଦୁଥିବା ଦେଖାଯାଏ। ଆପଣ ଏହି ଭିଡିଓ ଦେଖିଲେ ହିଁ ଜାଣିପାରିବେ କୁନି ଝିଅଟିକୁ ତା ବାପା ପାଇଁ କେତେ ରହିଛି ଚିନ୍ତା। ଏହି ଭିଡିଓକୁ ଯିଏ ଦେଖିବ ସେ ତା’ ହୃଦୟ ଭାବନାରେ ତରଳି ଯିବ ହିଁ ଯିବ। ଲୋକେ ଏହି ଭିଡିଓକୁ ଦେଖି ଅନେକ ଭାବନାତ୍ମକ ପ୍ରତିକ୍ରିୟା ଦେଉଥିବା ଦେଖାଯାଏ।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ପ୍ରଥମେ ଦେଖିବାକୁ ମିଳେ ଯେ ଏହି କୁନି ଝିଅଟି କୋହ ଉଠେଇ କାନ୍ଦୁଛି। ଏହା ପରେ ତା’ ମା ତାକୁ କାହିଁକି କାନ୍ଦୁଥିବା ପଚାରନ୍ତି। ଏହାର ଉତ୍ତରରେ ଝିଅଟି କହୁଛି ଯେ ତା’ ବାପା କେତେ କାମ କରୁଛନ୍ତି, ଠିକ ସମୟରେ ବି ଖାଉ ନାହାନ୍ତି। ସକାଳୁ ଘରେ କ’ଣ ଦି’ଟା ଖାଇ ଦୋକାନକୁ ଚାଲିଯାଉଥିବା ବେଳେ ପୁଣି ଯାଇ ରାତିରେ ଘରକୁ ଫେରୁଛନ୍ତି ଆଉ ଖାଉଛନ୍ତି। ମଝିରେ କାମ ବ୍ୟସ୍ତତା ଯୋଗୁଁ କିଛି ଖାଉ ନଥିବା ଝିଅଟିର ତା’ ବାପାକୁ ନେଇ ଭାରି ଚିନ୍ତା ବୋଲି ତା’ର କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଯାଉଛି।

ଏହି ଭିଡିଓ ପ୍ରକୃତରେ ଆପଣଙ୍କୁ ଭାବପ୍ରବଣ କରିଦେବ। ଏହି ସୁନ୍ଦର ଭିଡିଓଟି ସୋସିଆଲ ମିଡିଆରେ ଏବେ ହଇଚଇ ଖେଳେଇ ଦେଇଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ଝିଅଟିର ଏଭଳି ଭାବନାକୁ ଖୁବ ପ୍ରଶଂସା କରୁଛନ୍ତି। ଭିଡିଓଟି ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଛି।

Viral Video
Advertisment
Advertisment