Panic grips as Royal Bengal Tiger kills cattle in Keonjhar
କେନ୍ଦୁଝର ବନଖଣ୍ଡ ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ୪ଟି ମଇଁଷିକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ବୁଲଥିବା ବେଳେ, ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଖବର ପାଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । କିଛିଦିନ ପୂର୍ବରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ଟ୍ରାକ କ୍ୟାମେରାରୁ ଜଣାପଡିଥିଲା । ପରେ ପରେ ବନବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲର ୪ ଗୋଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679835515.jpg)