Advertisment

୨୩ ପ୍ରାର୍ଥୀଙ୍କ ମୃତ୍ୟୁ: ସ୍ଥଗିତ ହେଲା ନିର୍ବାଚନ

ପ୍ରାୟ ୭୦ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Panchayat Election

Panchayat Election

Advertisment

ହାତରେ ଭୋଟ୍ ପରିଚୟ ପତ୍ର। ମୁହଁରେ ମାସ୍କ, ଆଉ ବୁଥ୍ ଆଗରେ ଲମ୍ବାଲାଇନ୍। ଆଜି ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ୫ ବର୍ଷ ପରେ ଆସିଥିବା ପଞ୍ଚାୟତ ଭୋଟ୍ ପାଇଁ ମତଦାତାଙ୍କ ମଧ୍ୟରେ ଥିଲା ପ୍ରବଳ ଉତ୍ସାହ। ମୟୂରଭଂଜରୁ ମାଲକାନଗିରି, କଟକରୁ କଳାହାଣ୍ଡି। ସବୁଠି ନିଜ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଆଗ୍ରହ। ଗଣତନ୍ତ୍ରର ଏହି ମହାପର୍ବରେ ଯୁବ ଭୋଟର୍‌ଙ୍କ ଆରମ୍ଭ କରି ବୟସ୍କ, ମହିଳା ଏପରିକି ଦିବ୍ୟାଙ୍ଗ ଭୋଟର୍ ବି ବେଶ୍ ଜୋସ୍‌ର ସହ ଭାଗ ନେଇଥିଲେ।

Advertisment

ସକାଳ ଠିକ୍ ୭ଟାରୁ ଆରମ୍ଭ ହୋଇଥିବା ମତଦାନ, ଦିନ ଗୋଟାଏ ଯାଏଁ ଚାଲିଥିଲା। ୨୦୧୭ ନିର୍ବାଚନ ତୁଳନାରେ ଏଥର ମତଦାନ ପାଇଁ ଅଧିକ ଘଣ୍ଟାଏ ସମୟ ମିଳିଛି। କେବଳ ମହିଳା ଅଧିକାରୀମାନଙ୍କୁ ନେଇ ପ୍ରତି ବ୍ଳକ୍‌ରେ ପିଙ୍କ୍ ବୁଥ୍ ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆଜି ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍‌ରେ ୭୨୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି। ଏସବୁ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୬୬୯ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ  ଓ ଓ୍ୱାର୍ଡମେମ୍ବର ପଦବୀ ଲାଗି ବି ଆଜି ଭୋଟ୍ ପଡ଼ିଛି।

ଆଜି ଭୋଟ୍‌ଗ୍ରହଣ ସମୟରେ ଭଦ୍ରକ ରାନ୍ଦିଆ ପଂଚାୟତର ୧୩ ନମ୍ବର ବୁଥ୍‌ରେ କେଟଲି ଚିହ୍ନ ସହ ପ୍ରାର୍ଥୀଙ୍କ ନାଁ ଥିବା ସ୍ପେଶାଲ୍ କପ୍‌ରେ ଭୋଟରଙ୍କୁ ଚା ବଣ୍ଟା ଯାଇଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଏସପି ଚରଣ ସିଂ ମୀନା ସେଠାରେ ପହଞ୍ଚି ସ୍ଥିତିର ତଦାରଖ କରିଥିଲେ।

Advertisment

ସେପଟେ ମାଲକାନଗିରି ଜିଲ୍ଲା ଏମ୍‌ଭି-୧୦ ପୋଲିଂ ବୁଥ୍ ନିକଟରେ ଥିବା ଜଳଖିଆ ଦୋକାନରେ ଭୋଟରମାନଙ୍କୁ ମାଗଣା ଚା ଓ ଜଳଖିଆ ବଣ୍ଟା ଯାଉଥିବା ଦେଖିବାକୁ ମିଳିଥିଲା। ଜଳଖିଆ ଦୋକାନୀ କହିଥିଲେ ପ୍ରାର୍ଥୀମାନଙ୍କର ବାକି ଖାତା ରହିଛି, ପରେ ପେମେଣ୍ଟ ଦେବେ। 

ଗଣତନ୍ତ୍ରର ଏହି ମହାପର୍ବରେ ଆଜି ରାଜ୍ୟର ବହୁ ହେଭିେଓ୍ୱଟ୍ ମନ୍ତ୍ରୀ, ବିଧାୟକ ଓ ସାଂସଦ ବି ଭୋଟ୍ ଦେଇଛନ୍ତି। ମନ୍ତ୍ରୀ ନିରଂଜନ ପୂଜାରୀଙ୍କଠାରୁ ଆରମ୍ଭ କରି ସାଂସଦ ରମେଶ ମାଝୀ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରମୁଖ ନିଜ ନିଜ ବୁଥ୍‌ରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଥିଲେ। ସେପଟେ ମୟୂରଭଂଜ ଜିଲ୍ଲା ବଡ଼ଫେଣି ପଂଚାୟତ ସାରଜମଡିହି ଗାଁ ୩ ନମ୍ବର ଓ୍ୱାର୍ଡରେ ଅଧିକାଂଶ ଲୋକଙ୍କର ଭୋଟର୍ ତାଲିକାରେ ନାଁ ନଥିବାରୁ ଓ୍ୱାର୍ଡର ସମସ୍ତ ଲୋକ ଭୋଟ୍ ବର୍ଜନ କରିଥିଲେ।

Advertisment

ସେହିପରି ଗାଁକୁ ରାସ୍ତା ଓ ପାନୀୟ ଜଳ ସୁବିଧା ନଥିବାରୁ ପ୍ରତିବାଦ କରି କଳାହାଣ୍ଡି ଦୁନ୍ଦେମାଲ ପଂଚାୟତର ତଳଦୁଣ୍ଡା ଓ ଉପରଦୁଣ୍ଡା ବାସୀ ଭୋଟବର୍ଜନ କରିଛନ୍ତି। ଠିକ୍ ସେମିତି ବୌଦ୍ଧ ମନୁମୁଣ୍ଡା ପଂଚାୟତର ୧୨ ନମ୍ବର ଓ୍ୱାର୍ଡ ଭଲିଆପଦର ଗାଁରୁ ସ୍କୁଲ୍ ଉଠିଯିବା ପ୍ରତିବାଦରେ ଗାଁ ଲୋକେ ଭୋଟ୍ ବର୍ଜନ କରିଥିଲେ। ଏସବୁ ଭିତରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ବିଭିନ୍ନ ସ୍ଥାନରେ ୨୩ ଜଣଙ୍କ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସେଠାରେ ଭୋଟ୍ ସ୍ଥଗିତ ରହିଛି। ଗୋଟିଏ ଜିଲ୍ଲା ପରିଷଦ, ୬ ସରପଞ୍ଚ, ୩ ପଞ୍ଚାୟତ ସମିତି ସଭ୍ୟ ଓ ୧୩ଟି ୱାର୍ଡମେମ୍ବର ପଦବୀରେ ନିର୍ବାଚନ ବନ୍ଦ ହୋଇଥିବା ସୂଚନା ମିଳିଛି।

Odisha Panchayat Election SEC Election Candidate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ