Palm tree
ବଜ୍ରପାତ ଜନିତ କ୍ଷତି ରୋକିବ ତାଳ ଗଛ । ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ତାଳ ଗଛ ରୋପଣ କରାଯିବ । ବଜ୍ରପାତ ଜନିତ କ୍ଷତି ରୋକିବା ସହ ଜଙ୍ଗଲ ପରିସୀମାକୁ ସୁରକ୍ଷା ଦେବାରେ ସହଯୋଗ କରିବ ।
ଆଗାମୀ ୨୦୨୪-୨୫ ଓ ୨୦୨୫-୨୬ ରୌପଣ ବର୍ଷରେ ପାଖାପାଖି ୭.୫ କୋଟି ଟଙ୍କା ବ୍ୟୟ କରି ପ୍ରାୟ ୧୯ ଲକ୍ଷ ତାଳ ଗଛ ରୋପଣ କରାଯିବ । ରାଜ୍ୟରେ ୪ହଜାର୪୭୯ଟି ବିଜ୍ଞାପିତ ଜଙ୍ଗଲ ବ୍ଲକ ଓ ୩୯ହଜାର୬୭୧ ବର୍ଗକିଲୋମିଟର ବାଉଣ୍ଡରୀ ଲାଇନ୍ ରହିଛି । ଏହି ଜଙ୍ଗଲ ବ୍ଲକରେ ୪୮ହଜାର ୨୦୭ଟି ବାଉଣ୍ଡରୀ ପିଲର୍ ରହିଛି ।
ପ୍ରତି ସ୍ତମ୍ଭ ପାଖରେ ୪ଟି ତାଳଗଛ ରୋପଣ କରାଯିବ । ଏନେଇ ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ପରିସୀମାରେ ବ୍ୟାପକ ତାଳଗଛ ରୋପଣ କରିବା ନେଇ ନିଷ୍ପତ୍ତି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Palm_tree_1699174026.jpg)