Advertisment

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇ ଭିଡିଓ ସୁଟିଂ କଲେ ଆତ୍ମଘୋଷିତ ସମାଜସେବୀ

ଆଗାମୀ ଦିନରେ ପରଜା ସମାଜ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛି।

Padma Shri Kamala Pujari

Padma Shri Kamala Pujari

Advertisment

ମେଡିକାଲରୁ ଡିସଚାର୍ଜ ବେଳେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇବା ଘଟଣାରେ ପ୍ରତିବାଦ। ରାଜରାସ୍ତାକୁ ଓହ୍ଲାଇଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ପରଜା ସମାଜ।  ଏସସିବି ମେଡିକାଲ କଲେଜରେ ଦୀର୍ଘ ୫ଦିନ ସ୍ୱତନ୍ତ୍ର ଚିକିତ୍ସା ପରେ ଗତ ସୋମବାର ଦିନ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି କମଳା ପୂଜାରୀ। ଡିସଚାର୍ଜ ପୂର୍ବରୁ ଏସସିବି ମେଡିକାଲ କଲେଜ ଆଇସିୟୁରେ ତଥାକଥିତ ଆତ୍ମଘୋଷିତ ଜଣେ ସମାଜସେବୀ କମଳାଙ୍କୁ ନାଚ କରାଇବା ସହ ଆଇସିୟୁରେ ଭିଡିଓ ସୁଟିଂ କରିବାକୁ ବିରୋଧ କରିଛି ପରଜା ସମାଜ।

Advertisment

ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ପରଜା ସମାଜ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛି।

ସେପଟେ ସମାଜସେବୀ ତଥା ମାଆ ଘର ନବରଙ୍ଗପୁର ଜିଲ୍ଲା ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଏହି ଘଟଣାକୁ ନିନ୍ଦା କରିବା ସହ ଏସସିବି ମେଡିକାଲ କଲେଜର ଆଇସିୟୁରେ କିପରି କ୍ୟାମେରା ବ୍ୟବହାର ହେଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ଗତ ୧୫ଦିନ ତଳେ ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଗୁରୁତର ହେବାରୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏନେଇ ସମ୍ପୃକ୍ତ ସମାଜସେବୀଙ୍କ ପ୍ରତିକ୍ରିୟା ମିଳିପାରିନି।

Padmashree Kamala Pujari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ