Advertisment

ଠିକ ସମୟରେ ବ୍ୟାଙ୍କ ଋଣ ଶୁଝିଲେ ମିଳିବ ୫% ସୁଧ ରିହାତି

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଇଲେ୍କ୍ଟ୍ରୋନିକ୍ସ ନୀତିକୁ ମଂଜୁରୀ ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
Bank loan

Bank loan

Advertisment

ଭୁବନେଶ୍ୱର: ରାଜ୍ୟରେ ଇଲେ୍କ୍ଟ୍ରୋନିକ୍ସ ଶିଳ୍ପର ବିକାଶ ଲାଗି ନୂଆ ନୀତିକୁ କ୍ୟାବିନେଟ୍ ମଂଜୁରୀ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଇଲେ୍କ୍ଟ୍ରୋନିକ୍ସ ନୀତିକୁ ମଂଜୁରୀ ପ୍ରଦାନ କରାଯାଇଛି। ଓଡ଼ିଶା ଇଲେ୍କ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ପ୍ରଥମ ୧୦ଟି ନୂଆ ନିବେଶକୁ ଉତ୍ପାଦନ ଭିତ୍ତିକ ସହାୟତା ମିଳିବ।ସହାୟତା ବାବଦରେ ୫ ବର୍ଷ ଯାଏ ବାର୍ଷିକ କାରବାରର ୧ ପ୍ରତିଶତ ପ୍ରଦାନ କରାଯିବ।

Advertisment

ୟୁନିଟ ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସହାୟତା ଦିଆଯିବ। ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ଶୁଳ୍କ, ଇନ୍ସପେକ୍ସନ ଫି ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ। ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲ୍‌ର ୩୦ ପ୍ରତିଶତ ରିହାତି ବାବଦକୁ ସର୍ବାଧିକ ୫୦ ଲକ୍ଷ ଯାଏଁ ରିହାତି ପ୍ରଦାନ କରାଯିବ।

ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ୍ ଡ୍ୟୁଟି ୧୦୦ ପ୍ରତିଶତ ଛାଡ଼ କରାଯିବ। ଚାଷ ଜମିକୁ ଶିଳ୍ପ ଉପଯୋଗୀ କରିବାକୁ ହେଉଥିବା ଖର୍ଚ୍ଚର ୧୦୦ ପ୍ରତିଶତ ବହନ କରାଯିବ। ମହିଳା, SC/ST ଓ ଭିନ୍ନକ୍ଷମଙ୍କୁ ସର୍ବାଧିକ ୧ କୋଟି ଯାଏଁ ଅତିରିକ୍ତ ସହାୟତା ମିଳିବ।

Advertisment

ବ୍ୟାଙ୍କରୁ ଋଣ କରି ଠିକ ସମୟରେ ଶୁଝୁଥିଲେ ଋଣ ଉପରେ ଅଧିକ ୫ ପ୍ରତିଶତ ସୁଧ ରିହାତି ମିଳିବ। ସଫଳ ଉଦ୍ୟୋଗୀଙ୍କୁ ଉତ୍ପାଦନ ଆରମ୍ଭର ୫ ବର୍ଷ ଯାଏଁ ରାଜ୍ୟ GST ଛାଡ଼ କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

ସେପଟେ ଆଜିର କ୍ୟାବିନେଟ୍ ବୈଠକରେ ଲିଙ୍ଗରାଜ ଅଧ୍ୟାଦେଶକୁ ମଂଜୁରୀ ମିଳିଛି। ମନ୍ଦିର ଓ ସଂପତ୍ତି ରକ୍ଷଣାବେକ୍ଷଣ ପାଇଁ କମିଟି ଗଠନ ନିମନ୍ତେ ଅଧ୍ୟାଦେଶ ରହିଛି। ଏହା ଅନୁଯାୟୀ ମନ୍ଦିରର ସୁପରିଚାଳନା ପାଇଁ ଏକ କମିଟି ଗଠନ ହେବ ଏବଂ କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା ନେଇ ବ୍ୟବସ୍ଥା ହୋଇଛି।

Advertisment

ସେହିଭଳି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପିଜି ମେଡିକାଲ କଲେଜ ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି। ଏଠାରେ ପିଜି ମେଡିକାଲ କଲେଜ ସହ ଟ୍ରମା କେୟାର, ଆଶୁ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯିବ। ମେଡିକାଲ କଲେଜ ଭିତ୍ତିଭୂମି ନିର୍ମାଣ ପାଇଁ L&Tକୁ ୨୩୫ କୋଟିର ଟେଣ୍ଡର ଦିଆଯାଇଛି। ନିର୍ମାଣ କାର୍ଯ୍ୟକୁ ୨୪ ମାସ ମଧ୍ୟରେ ସାରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସେହିଭଳି ରାଜ୍ୟ ପାରା ଆଥଲେଟଙ୍କୁ ମିଳିବ ଚାକିରି। ସହ ଚାକିରି କ୍ଷେତ୍ରରେ ଚାକିରି କ୍ଷେତ୍ରରେ ସେମାନଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ମଂଜୁରୀ ମିଳିଛି। ଫଳରେ ଅନ୍ୟ ଆଥଲେଟଙ୍କ ଭଳି ପାରା ଆଥଲେଟଙ୍କୁ ସମାନ ଚାକିରି ସୁବିଧା ମିଳିପାରିବ। ଅନ୍ୟପଟେ ଆଜି ରାଜ୍ୟର ଅତିରିକ୍ତ ବଜେଟକୁ ମଂଜୁରୀ ମିଳିଛି। ମନ୍ତ୍ରୀ ପରିଷଦ ବୈଠକରେ ୧୯ ହଜାର ୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମଞ୍ଜୁରୀ ସହ ମୋଟ ୨୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

Bhubaneswar Odisha Cabinet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ