/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659260669.jpg)
Over 6 houses reportedly washed away by high tides at Podampeta village in Ganjam
ସମୁଦ୍ରରେ ଗର୍ଭରେ ଲୀନ ହେବାକୁ ବସିଲାଣି ଗଞ୍ଜାମ ଜିଲ୍ଲାର ପୋଡମପେଟା ଗାଁ। ଗତକାଲି ସମୁଦ୍ରର ଉଚ୍ଚ ଲହଡ଼ିରେ ଉପକୂଳର ୬ଟି ଘର ଧୋଇ ହୋଇଯାଇଛି। ଘର ଗୁଡ଼ିକ ଭୁଶୁଡ଼ି ପଡିଥିବା ବେଳେ ଆଉ ମାତ୍ର ଗୋଟିଏ ସାହି କୁଳ ଲଙ୍ଘିବା ପାଇଁ ବାକି ରହିଛି।
Advertisment
ଗାଁର ଅଧିକାଂଶ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନନ୍ତର କରାଯାଇ ଥିବାବେଳେ ଏବେ ବି କିଛି ପରିବାର ଏହି ପୋଡ଼ମପେଟାରେ ରହୁଛନ୍ତି। ସମୁଦ୍ରର ଏପରି କରାଳ ରୂପରେ ଗୋଟିଏ ପରେ ଗୋଟିଏ ଘର ଲୀନ ହେବାର ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଫଳରେ ନିକଟରେ ଥିବା କଣ୍ଟିଆଗଡ଼ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି।
ଏମତି ଯଦି କୂଳ ଲଂଘେ ପୋଡ଼ମପେଟା ସହ କଣ୍ଟିଆଗଡ଼ ଏବଂ ଆଖପାଖର ଅନେକ ଗାଁ ସମୁଦ୍ର ଭିତରେ ଲୀନ ହୋଇଯିବ। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)