Advertisment

ପରିକ୍ରମା ଉତ୍ସବ ପାଇଁ ମିଳିଲାନି ନିମନ୍ତ୍ରଣ କି ସମ୍ମାନ, କ୍ଷୋଭ ବାଢ଼ିଲେ ପରିକ୍ରମା ପ୍ରକଳ୍ପ ବିସ୍ଥାପିତ

ଏତେବଡ଼ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା, ନା ନିମନ୍ତ୍ରଣ ମିଳିଲା ନା କାହାକୁ ଡାକି ସମ୍ମାନ କି ସମ୍ବର୍ଦ୍ଧନା ଖଣ୍ଡେ ଦିଆଗଲା।

ଅଦ୍ୟତନ ହୋଇଛି
undefined

Srimandir Parikrama Prakalpa

Advertisment

ଯେଉଁ ପ୍ରକଳ୍ପ ପାଇଁ ଜମି ଗଲା, ଘର ଗଲା। ତା’ସହ ସୁଖଶାନ୍ତି ବି ବିଗିଡ଼ିଗଲା। ଅଥଚ ସେହି ସର୍ବହରାଙ୍କୁ ଆଜିଭଳି ଦିନରେ କେହି ବି ପଚାରିଲେନି। ଏତେବଡ଼ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା, ନା ନିମନ୍ତ୍ରଣ ମିଳିଲା ନା କାହାକୁ ଡାକି ସମ୍ମାନ କି ସମ୍ବର୍ଦ୍ଧନା ଖଣ୍ଡେ ଦିଆଗଲା। ମାତ୍ର କେଇ ଜଣ ବିନ୍ଧାଣୀଙ୍କୁ ମଞ୍ଚକୁ ଡାକି ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର। କିନ୍ତୁ ଦୁର୍ଭାଗ୍ୟ, ପ୍ରକଳ୍ପ ପାଇଁ ବିସ୍ଥାପିତ ସାଜିଥିବା ବ୍ୟକ୍ତିବିଶେଷ ଆଜି ଅଲୋଡ଼ା ଭଳି ମନେହେଉଥିଲେ। ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସଂପୃକ୍ତ ବିସ୍ଥାପିତ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିନ୍ଧାଣୀଙ୍କୁ ସମ୍ବର୍ଦ୍ଧନା। ଯାହାଙ୍କ ହାତ ପରଷରେ ଆଜି ଝଟକୁଛି ଶ୍ରୀମନ୍ଦିରର ସେହି ଭବ୍ୟ ଆଉ ଦିବ୍ୟ ପରିକ୍ରମା ପ୍ରକଳ୍ପ। ଶିଳ୍ପୀଙ୍କ ଠାରୁ ବଗିଚା ମାଳିଙ୍କ ଯାଏଁ, ରାଜମିସ୍ତ୍ରୀଙ୍କ ଠାରୁ ଜେସିବି ଅପରେଟରଙ୍କ ଯାଏଁ ସମସ୍ତଙ୍କୁ ମଞ୍ଚକୁ ଡାକି ଏଭଳି ସମ୍ବର୍ଦ୍ଧିତ କରାଯାଇଛି, ତାଙ୍କ ଶ୍ରମ ଆଉ ବଳିଦାନକୁ ଭୂରି ଭୂରି ପ୍ରଶଂସା କରାଯାଇଛି। ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ରଘୁରାଜପୁର ଗ୍ରାମର ପଟ୍ଟଚିତ୍ରଶିଳ୍ପୀ ୟୁନିଭର୍ସ ମହାରଣା, ନିର୍ମାଣ ଶ୍ରମିକ ଲକ୍ଷ୍ମୀ ପ୍ରଧାନ, ଉଦ୍ୟାନ ରକ୍ଷକ ମାଳି ରାଜୁ ଭୋଇ, ଜେସିବି ଅପରେଟର ପ୍ରକାଶ ପ୍ରଧାନ, ପ୍ରସ୍ତର ଖୋଦେଇ ଶିଳ୍ପୀ ରବୀନ୍ଦ୍ର ଗୌଡ଼ ଏବଂ କୀର୍ତ୍ତନ ମହାରଣା, ରାଜମିସ୍ତ୍ରୀ କବିରାଜ ରାଉତ ଓ ବିଭୁ ରାଉତ ଏବଂ ସହାୟକ ସୁକାନ୍ତ ପ୍ରଧାନ। ସମସ୍ତଙ୍କୁ ଜଣ ଜଣ କରି ମଞ୍ଚକୁ ଡାକି ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର। ଏହି ସମ୍ବର୍ଦ୍ଧନା ପାଇ ପ୍ରକଳ୍ପର ଏହି ବିନ୍ଧାଣୀ ବି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।

କିନ୍ତୁ ଦୁର୍ଭାଗ୍ୟ, ଏତିକି ବି ସୌଭାଗ୍ୟ ଜୁଟିଲାନି ଏମାନଙ୍କ ଭାଗ୍ୟରେ। ଶ୍ରୀମନ୍ଦିରଠାରୁ ୭୫ ମିଟର ସୁରକ୍ଷା ବଳୟ ପାଇଁ ଯେଉଁମାନେ ଘରଦ୍ୱାର ସହ ବ୍ୟବସାୟିକ ପ୍ରତିଷ୍ଠାନ ହରାଇଥିଲେ, ପ୍ରକଳ୍ପ ଲାଗି ଭିଟାମାଟି ଛାଡ଼ି ଅନ୍ୟତ୍ର ଯାଇ ସରକାରୀ ନଥିପତ୍ରରେ ଯେଉଁମାନେ ପାଲଟିଗଲେ ବିସ୍ଥାପିତ। କିନ୍ତୁ, ଏତେବଡ଼ କାର୍ଯ୍ୟକ୍ରମ ପାଇଁ ନା ନିମନ୍ତ୍ରଣ ମିଳିଲା, ନା କେହି ମଞ୍ଚକୁ ଡାକି ପ୍ରଶଂସା କଲେ କି ଫଳକ ଖଣ୍ଡେ ଦେଲେ। ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ହେଲାନାହିଁ। ସେମାନଙ୍କୁ ପୂର୍ବରୁ ରାଜ୍ୟ ସରକାର ଥଇଥାନ କରିସାରିଛନ୍ତି ସତ। କିନ୍ତୁ ଶିଳାନ୍ୟାସବେଳେ ପୂର୍ବରୁ ନିମନ୍ତ୍ରିତ କରି ସମ୍ମାନିତ କରିଥିବା ରାଜ୍ୟ ସରକାର ପରିକ୍ରମା ଲୋକାର୍ପଣବେଳକୁ କିନ୍ତୁ ଭୁଲିଗଲେ। କେବଳ ଯାହା ମଞ୍ଚ ଉପରୁ କୃତଜ୍ଞତା ଜଣାଇଦିଆଗଲା। କିନ୍ତୁ ପାଳନ ହେଲାନି ପୂର୍ବ ପ୍ରତିଶ୍ରୁତି। ଯାହାକୁ ନେଇ ପ୍ରଶ୍ନ ଉଠାଇବା ସହ କ୍ଷୋଭ ପ୍ରକାଶ କରିଛନ୍ତି ବିସ୍ଥାପିତ।

Advertisment
Srimandir Odisha News Puri Srimandir Parikrama Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ