କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ‘ମହାଗାଥା’ ପୁସ୍ତକ ଉନ୍ମୋଚିତ

ପୁସ୍ତକଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ହୋଇଥିବା ବେଳେ ଇଂରାଜୀ ଭାଷାରେ ଲେଖାଯାଇଛି । ପୁରାଣର ଶହେଟି ବଛାବଛା ଗପକୁ ପୁସ୍ତକରେ ସ୍ଥାନୀତ କରାଯାଛି । ପୌରାଣିକ ବିଷୟ ବସ୍ତୁକୁ ଲୋକେ ଭୁଲିଯାଉଥିବାରୁ ଏହି ବହି ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି ।

ମହାଗାଥା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱରରେ ଚାଲିଥିବା କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ଆଜି ଦ୍ୱିତୀୟ ଦିନରେ ସତ୍ୟାର୍ଥ ନାୟକଙ୍କ ରଚିତ ମହାଗାଥା ପୁସ୍ତକ ଉନ୍ମୋଚିତ ହୋଇଛି । ଓଡ଼ିଶା ଟେଲିଭିଜନ୍ ନେଟୱର୍କର ଏମ୍‌ଡି ଜଗୀ ମଙ୍ଗତ ପଣ୍ଡା ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି ।

ଏହି ପୁସ୍ତକଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ହୋଇଥିବା ବେଳେ ଇଂରାଜୀ ଭାଷାରେ ଲେଖାଯାଇଛି । ପୁରାଣର ଶହେଟି ବଛାବଛା ଗପକୁ ପୁସ୍ତକରେ ସ୍ଥାନୀତ କରାଯାଇଛି । ପୌରାଣିକ ବିଷୟ ବସ୍ତୁକୁ ଲୋକେ ଭୁଲିଯାଉଥିବାରୁ ଏହି ବହି ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି ।

ଏହି ଅବସରରେ ଆଲୋଚନା ବେଳେ ଲୋକଙ୍କୁ ଅଧିକରୁ ଅଧିକ ବହି ପଢ଼ିବାକୁ ପରାମର୍ଶ ଦେଇଛନ୍ତି ଜଗୀ ମଙ୍ଗତ ପଣ୍ଡା । ଆଲୋଚନାରେ ଭାରତୀୟ ଦର୍ଶନର ବିଶ୍ଳେଷକ ପ୍ରଫେସର କମଳାକାନ୍ତ ଦାସ ଭାଗ ନେଇଥିଲେ ।