ବନ୍ୟା ବିପନ୍ନଙ୍କୁ ଓଟିଭି କେୟାର୍ସ ପକ୍ଷରୁ ରିଲିଫ୍‌ ବଣ୍ଟନ

୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।

OTV Relief

ସବୁ ବିପତ୍ତି ବେଳେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଛି ଓଟିଭି । ବିପନ୍ନଙ୍କୁ ବଢ଼ାଇ ଦେଇଛି ସହାୟତାର ହାତ । ସେହି ଧାରାକୁ ବଜାୟ ରଖି, ଏବର୍ଷ ବନ୍ୟାରେ ମଧ୍ୟ ପ୍ରପିଡ଼ିତଙ୍କୁ ରିଲିଫ୍ କିଟ୍ ପ୍ରଦାନ କରାଯାଉଛି । ଓଟିଭି କେୟାର୍ସ ପ୍ରୟାସ ମାଧ୍ୟମରେ ଆଜି ପୁରୀ ଜିଲ୍ଲା ଗୋପ ବ୍ଲକ୍ ରାହାଙ୍ଗେରଡ଼ା ପଞ୍ଚାୟତର ଖଣ୍ଡାସାହି ଓ ଆଢ଼େଣା ରାଜସ୍ୱଗ୍ରାମର ବିଭିନ୍ନ ପଡ଼ା ଓ ସାହିରେ ୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।

ଏଥିସହ ସୁବର୍ଣ୍ଣପୁର ଓ ସିସୋ ରାସ୍ତା ଉପରେ ଆଶ୍ରୟ ନେଇଥିବା ଲୋକଙ୍କୁ ମଧ୍ୟ ରିଲିଫ୍ କିଟ୍ ପ୍ରଦାନ କରାଯାଇଛି । ସେଥିରେ ଟର୍ଚ୍ଚ, ବିସ୍‌କୁଟ, ସାନିଟାରୀ ପ୍ୟାଡ୍  ଏବଂ ଓଆରଏସ୍ ପାଉଡର୍ ଆଦି ଦିଆଯାଇଛି । ଏହା ପୂର୍ବରୁ କରୋନା ଲକ୍‌ଡାଉନ ସମୟରେ ମଧ୍ୟ ଫୋନ୍ କରି ସାହାଯ୍ୟ ଲୋଡ଼ୁଥିବା ପରିବାରକୁ ଓଟିଭି ପକ୍ଷରୁ ଘରକୁ ଘର ବୁଲି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା ।