Advertisment

ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲା ଓଟିଭି

ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ, କୌଣସି ଆର୍ଥିକ ସହାୟତା ଏ ଅପୂରଣୟ କ୍ଷତି ଭରଣା କରିପାରିବନି। ଅରିନ୍ଦମଙ୍କ ପରିବାର ଏବେ ଆମ ପରିବାର ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଛନ୍ତି ଓଟିଭି ଏମ୍‌ଡି ଜଗି ମଙ୍ଗତ।

OTV chief Reporter Arindam Das

OTV chief Reporter Arindam Das

Advertisment

ଭୁବନେଶ୍ୱର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛି ଓଟିଭି। ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏଇ ଘୋଷଣା କରିଛନ୍ତି। ଶୋକବାର୍ତ୍ତାରେ ଜଗି କହିଛନ୍ତି ଅରିନ୍ଦମଙ୍କ ଅକାଳ ବିୟୋଗ କେବଳ ମୋ ପାଇଁ ନୁହେଁ, ସାରା ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି। ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ, କୌଣସି ଆର୍ଥିକ ସହାୟତା ଏ ଅପୂରଣୟ କ୍ଷତି ଭରଣା କରିପାରିବନି। ଅରିନ୍ଦମଙ୍କ ପରିବାର ଏବେ ଆମ ପରିବାର ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଛନ୍ତି ଜଗି ମଙ୍ଗତ।

Advertisment

ଅରିନ୍ଦମଙ୍କ ପାର୍ଥିବ ଶରୀରକୁ କଟକ ବଡ଼ ଡାକ୍ତରଖାନାରୁ ଓଟିଭି ଅଫିସ୍‌କୁ ଅଣାଯାଇଥିଲା। ଏଠାରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ଜଣେ ସାହସୀ ତଥ୍ୟ ଦକ୍ଷ ସହଯୋଗୀଙ୍କୁ ହରାଇ ସମସ୍ତ କର୍ମଚାରୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସମସ୍ତେ ତାଙ୍କୁ ଏଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଓଟିଭି ଅଫିସ୍‌ରୁ ତାଙ୍କ ପାର୍ଥିବ ଶରୀରକୁ ଜୟଦେବ ଭବନ ନିକଟକୁ ନିଆଯାଇଥିଲା। ସେଠାରେ ଗଣମାଧ୍ୟମ ପ୍ରତିନିଧି ଓ ରାଜନେତାଙ୍କ ସହିତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ। ତା’ପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମି କେନ୍ଦୁଝରକୁ ନିଆଯାଇଛି। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Advertisment

ସୂଚନଯୋଗ୍ୟ, ମୁଣ୍ଡଳି ବ୍ରିଜ୍ ନିକଟରେ ଏକ ହାତୀ ଫସି ରହିଥିବା ବେଳେ ଅରିନ୍ଦମ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ସେଠାକୁ ରିପୋର୍ଟିଂ କରିବା ପାଇଁ ଯାଇଥିଲେ। ଓଡ୍ରାଫ୍ ଟିମ୍ ବୋଟ୍‌ରେ ହାତୀକୁ ଘଉଡ଼ାଇକୁ ନଦୀ ଭିତରକୁ ଯାଇଥିଲା। ଅରିନ୍ଦମ ଓ ପ୍ରଭାତ ବି ସେମାନଙ୍କ ସହିତ ଯାଇଥିଲେ। ଆଉ ସେହି ସମୟରେ ବୋଟ୍‌ଟି ଓଲଟି ପଡ଼ିଥିଲା। ଏଥିରେ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ୍ରାଫ୍ ଟିମ୍‌ର ଜଣେ କର୍ମଚାରୀ ନିଖୋଜ ଅଛନ୍ତି। ସେହିଭଳି ଓଟିଭିର କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଓଡ୍ରାଫ୍‌ର ଆଉ ୩ ସଦସ୍ୟ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

Odisha Otv Journalist Arindam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ