Advertisment

ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଚିଟ୍‌ଫଣ୍ଡ ସଂସ୍ଥା ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି।

ଅଦ୍ୟତନ ହୋଇଛି
High Court on Sarala Realcon Properties

Orissa High Court Stays Auction Of Sarala Realcon Properties

Advertisment

ଚିଟ୍‌ଫଣ୍ଡ କମ୍ପାନୀର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ଙ୍କ ରହିତାଦେଶ। ଚିଟ୍‌ଫଣ୍ଡ ସଂସ୍ଥା ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି। ଆସନ୍ତା ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। 

Advertisment

ଚିଟ୍‌ଫଣ୍ଡ କେଳଙ୍କାରୀରେ ସମ୍ପୃକ୍ତ ସାରଳା ରିୟଲକନ୍‌ର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଗତ ଅକ୍ଟୋବର ୧୫ରେ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୩ କୋଟି ୮୦ ଲକ୍ଷ ୬୯ ହଜାର ୮୭୫ ଟଙ୍କାର ଜମି, ୧୩ ଲକ୍ଷ ୧୦ ହଜାର ୩୧୬ ଟଙ୍କା ବ୍ୟାଙ୍କ ବାଲାନ୍ସ, ୩ ଲକ୍ଷ ୨୫ ହଜାର ୬ ଶହ ନଗଦ ଟଙ୍କା ସହ ସ୍କର୍ପିଓ, ପାଜେରୋ, ବିଏମଡବ୍ଲୁ, ଫର୍ଚୁନର ଭଳି ୪ଟି ଦାମୀ କାର୍‌ ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷେ, ଏହି ସମ୍ପତ୍ତିର ପରିମାଣ ବହୁତ ଅଧିକ ହେବ ବୋଲି ସଂସ୍ଥାର ଓକିଲ କହିଛନ୍ତି। ବାଜ୍ୟାପ୍ତି ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ କରାଯାଇ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଦେବାକୁ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଚିଟ୍‌ଫଣ୍ଡ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସଂସ୍ଥା।

Advertisment

ଶାରଳା ରିୟଲକନ୍‌ ଏକ ରିଅଲ ଇଷ୍ଟେଟ କମ୍ପାନୀ ହୋଇଥିବାରୁ ଏହି ମାମଲାର ଶୁଣାଣି ରେରା କୋର୍ଟରେ କରିବାକୁ ପ୍ରାର୍ଥନା କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମ୍ପାନୀ। ପ୍ରାରମ୍ଭିକ ଶୁଣାଣିରେ କୋର୍ଟ ଆବେଦନକୁ ଗ୍ରହଣ କରି ସମ୍ପତ୍ତି ନିଲାମ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

Odisha High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ