Advertisment

ମତଦାନର ୧୦ ଦିନ ପରେ ଗଣତିକୁ ନେଇ ଗଡ଼ବଡ଼ ଆଶଙ୍କାରେ ବିରୋଧୀ

ପ୍ରଥମ ପର୍ଯ୍ୟାୟ ଭୋଟ ସରିବାର ୧୦ ଦିନ ପରେ ହେବ ଗଣତି। ସେଦୃଷ୍ଟିରୁ ଭୋଟ ବାକ୍ସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Vote Box Security

Vote Box Security

Advertisment

ଭୁବନେଶ୍ୱର: ଆସନ୍ତା ୧୬ରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ତାପରେ ଦିନେ ଛାଡି ଦିନେ ୫ଟି ପର୍ଯ୍ୟାୟରେ ହେବ ମତଦାନ। ୨୪ ତାରିଖରେ ଭୋଟଗ୍ରହଣ ସରିବା ପରେ ୨୬, ୨୭, ୨୮ ତିନି ଦିନ ଚାଲିବ ଗଣତି। ତେବେ ଏଥର ବୁଥ୍‌ରେ ଗଣତି ନହୋଇ ବ୍ଲକରେ ସେଣ୍ଟ୍ରାଲ କାଉଣ୍ଟିଂ ହେବ। କେମିତି ହେବ ଗଣତି ? କଣ ରହିଛି ବ୍ୟବସ୍ଥା? କିଭଳି ସୁରକ୍ଷିତ ରହିବ ଭୋଟ୍ ବାକ୍ସ ? ପୁରା ପ୍ରକ୍ରିୟାକୁ ନେଇ ଭିଡିଓ ଜାରି କରିଛନ୍ତି ନିର୍ବାଚନ କମିଶନ। ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମତଦାନ ହେବ। ଏହାପରେ ଭୋଟ୍ ବାକ୍ସଗୁଡିକ ବ୍ଲକ ସଦର ମହକୁମା ଷ୍ଟ୍ରଙ୍ଗ ରୁମକୁ ନିଆଯିବ। ଷ୍ଟ୍ରଙ୍ଗ ରୁମ୍ ଚାରିପାଖରେ ପୋଲିସର ମୁତୟନ ସହ ଭିତରେ ଓ ବାହାରେ ସିସି ଟିଭି ଲାଗିବ।

Advertisment

୨୬ ତାରିଖରେ ୩୧୫ ଜିଲ୍ଲା ପରିଷଦ ଓ ଏହା ଅନ୍ତର୍ଗତ ପଞ୍ଚାୟତର ଗଣତି ହେବ। ୨୭ରେ ୩୦୭ ଓ ୨୮ରେ ୨୩୧ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀର ଗଣତି କରାଯିବ। ପ୍ରତି ପଞ୍ଚାୟତ ଲାଗି ଗୋଟିଏ ଲେଖାଏଁ ଟେବୁଲ ରହିବ। ଆଉ ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପଭାଇଜର୍, ଦୁଇ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ। ଗଣତି ବେଳେ ପ୍ରାର୍ଥୀଙ୍କ ଏଜେଣ୍ଟ ଉପସ୍ଥିତ ରହିବ। ଏପଟେ ଓ୍ୱାର୍ଡ ମେମ୍ବର ଲାଗି ହଳଦିଆ, ସରପଞ୍ଚ ଲାଗି ଗୋଲାପି, ସମିତି ସଭ୍ୟ ଲାଗି ନୀଳ ଓ ଜିଲ୍ଲା ପରିଷଦ ଲାଗି ଧଳା ରଙ୍ଗର ବ୍ୟାଲଟ ପେପର ବ୍ୟବହାର ହେବ। ରଙ୍ଗ ଅନୁସାରେ ବ୍ୟାଲଟକୁ ସଜଡା ଯିବା ପରେ ଗଣତି ହେବ। ମୋହର ନଥାଇ ବ୍ୟାଲଟ ଖାଲି ଥିଲେ, ଏକାଧୀକ ପ୍ରାର୍ଥୀଙ୍କ ଚିହ୍ନରେ ମୋହର ଲାଗିଥିଲେ, କେଉଁ ଚିହ୍ନରେ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ନଥିଲେ, କିମ୍ବା ବ୍ୟାଲଟ ଚିରିଥିଲେ ଭୋଟକୁ ଅବୈଧ ବିବେଚନା କରାଯିବ। ପୁରା ଗଣତି ପ୍ରକ୍ରିୟା ଉପରେ ସିସିଟିଭିର ନଜର ରହିବ। 

ଏଣେ ପ୍ରଥମ ପର୍ଯ୍ୟାୟ ଭୋଟ ସରିବାର ୧୦ ଦିନ ପରେ ହେବ ଗଣତି। ସେଦୃଷ୍ଟିରୁ ଭୋଟ ବାକ୍ସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଯେଉଁଠି ଶାସକ ଦଳର ହାରିବା ଆଶଙ୍କା ଥିବ ସେସବୁ ସ୍ଥାନରେ ବିଜେଡି ଗଡବଡ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ସବୁ ସ୍ବଚ୍ଛତାର ସହ ହେବ ବୋଲି କହିଛି ବିଜେଡି। ଏଣେ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି।

Advertisment

ରିପୋର୍ଟ: ପବନ ତିଓ୍ୱାରୀ, ଦେବାଶିଷ ମହାନ୍ତି ଓ ହରିହର ଚାନ୍ଦ

Election Commission Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ