Advertisment

ଶିମିଳିପାଳରେ ଅଫିମ ଚାଷ; କୋର୍ ଏରିଆରେ ନଷ୍ଟ ହେଲା ୧୦କୋଟିର ଅଫିମ

ପ୍ରଥମ ଥର ପାଇଁ ଏତେ ପରିମାଣର ଅଫିମ ଚାଷ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ପ୍ରାୟ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରାଯାଇଛି।

ଅଦ୍ୟତନ ହୋଇଛି
Opium Cultivation In Simlipal National Park

Opium cultivation in shimilipal

Advertisment

ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ। କୋର୍ ଏରିଆରେ ଧରାପଡ଼ିଲା ୧୦ କୋଟି ଟଙ୍କାର ଅଫିମ କ୍ଷେତ। ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଥିବା ବକୁଆ ଓ କୁକୁରଭୁକା ଗାଁରେ ବ୍ୟାପକ ଅଫିମ ଚାଷ ହୋଇଥିଲା। ଖବର ପାଇ ବନ ବିଭାଗ, ଅବକାରୀ ବିଭାଗ ଓ ଯଶୀପୁର ପୋଲିସ ମିଳିତ ଚଢ଼ାଉ କରିଥିଲେ।

Advertisment

ପ୍ରଥମ ଥର ପାଇଁ ଏତେ ପରିମାଣର ଅଫିମ ଚାଷ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ପ୍ରାୟ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ। ଶିମିଳିପାଳ ଅଭୟାରଣ୍ୟରେ ଏତେ ପରିମାଣର ଅଫିମ ଗଛ ଠାବ ହେବା ପରେ ତଦନ୍ତ ଜୋରଦାର ହୋଇଛି।

ତେବେ ଏହାକୁ କିଏ ଚାଷ କରୁଥିଲା, କେବେଠୁ ଚାଷ ହେଉଥିଲା, ଅଫିମ କେଉଁଆଡ଼େ ପଠାଯାଉଥିଲା, ଏହା ପଛରେ କାହାର ହାତ ଅଛି, ସେନେଇ କିଛି ସ୍ପଷ୍ଟ କରିନି ପୋଲିସ । ଯଶୀପୁର ଥାନାରେ ଏନେଇ ୨ଟି ପୃଥକ ପୃଥକ ମାମଲା ହୋଇଥିବା ବେଳେ, ତଦନ୍ତ ଜାରି ରହିଛି । ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି ।

Advertisment
Simlipal National Park
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ