Advertisment

SCBରେ ଆଜିଠୁ ଅନଲାଇନ୍ OPD ସେବା ଆରମ୍ଭ

ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ।

undefined

SCB medical

Advertisment

କଟକ ବଡ଼ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଟେନସନ୍‌ ଗଲା। ଏସ୍‌ସିବି ମେଡ଼ିକାଲ୍‌ରେ ଆରମ୍ଭ ହୋଇଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା । ଫଳରେ ଡାକ୍ତରଖାନାର ଟିକେଟ କାଉଣ୍ଟରଗୁଡ଼ିକରେ ଆଉ ରୋଗୀଙ୍କୁ ଧାଡିବାନ୍ଧି ଛିଡ଼ା ହେବାକୁ ପଡ଼ିବ ନାହିଁ । SCBରେ ଆଜିଠାରୁ ଅନଲାଇନ୍ OPD ସେବା ଆରମ୍ଭ ହୋଇଛି।

Advertisment

ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ହୋଇଛି। http://eswasthya.odisha.gov.inରେ ଅନଲାଇନ୍ ଟିକେଟ୍ ମିଳୁଛି।

ଆଜିଠୁ ନିଜ ଟିକେଟ୍ କରିପାରିବେ ଏବଂ ରୋଗୀଙ୍କ ସୁବିଧା ଅନୁଯାୟୀ ଯେ କୌଣସି ସ୍ଥାନରୁ ପ୍ରିଣ୍ଟ୍ ବାହାର କରିପାରିବେ।www.eswasthya.odisha.gov.in ଲିଙ୍କ୍‌ରେ କ୍ଲିକ୍ କରି ରୋଗୀ OPD ଟିକେଟ୍ ପାଇଁ ପଞ୍ଜିକୃତ କରିପାରିବେ । 

Advertisment

ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ସୁବିଧା ଦ୍ୱାରା ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି ।

SCB Medical OPD Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ