Advertisment

ଏଣିକି ଓଡ଼ିଶାରେ ମଧ୍ୟ ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଓଡ଼ିଶାରେ ମଧ୍ୟ ଇଣ୍ଟିଗ୍ରେଟେଡ୍‌ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ ହେବ। ଏହାଦ୍ୱାରା ଶ୍ରଦ୍ଧାଳୁ ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ।

author-image
Rajalaxmi Sahoo
Online Temple Darshan To Begin In Odisha Very Soon

Online Temple Darshan To Begin In Odisha Very Soon

ଏଣିକି ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କର୍ଣ୍ଣାଟକ ଓ ତାମିଲନାଡୁ ଭଳି ଓଡ଼ିଶାରେ ମଧ୍ୟ ଇଣ୍ଟିଗ୍ରେଟେଡ୍‌ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ ହେବ। ଏହାଦ୍ୱାରା ଶ୍ରଦ୍ଧାଳୁ ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ। ଏହାସହ ପୂଜା ଓ ପ୍ରସାଦ ସେବନ ସୁବିଧା ମଧ୍ୟ ପାଇପାରିବେ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।

Advertisment

ଦୁଇ ଦୁଇଥର ବିଭିନ୍ନ ପଦାଧିକାରୀଙ୍କ ସହ ବୈଠକ ପରେ ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ହିନ୍ଦୁ ଧର୍ମର ଭାବାବେଗ ଆଘାତ ନ ହେବା ଭଳି ଏକ ୱେବ୍‌ ପୋର୍ଟାଲ ପ୍ରସ୍ତୁତ କରାଯିବ। ଏହି ୱେବ୍‌ ପୋର୍ଟାଲ ମାଧ୍ୟମରେ ବିଭିନ୍ନ ମନ୍ଦିରରେ ହେଉଥିବା କାର୍ଯ୍ୟକ୍ରମ, ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କେଉଁ ସମୟରେ ଖୋଲୁଛି ଓ ବନ୍ଦ ହେଉଛି, ମନ୍ଦିରରେ ହେଉଥିବା ବିଭିନ୍ନ ପ୍ରକାରର ସେବା ସମ୍ପର୍କରେ ଶ୍ରଦ୍ଧାଳୁ ତଥ୍ୟ ପାଇପାରିବେ।

ଏହାସହ ଯେଉଁ ମନ୍ଦିରକୁ ଚାହିଁବେ ସେହି ମନ୍ଦିରକୁ ଦାନ ମଧ୍ୟ କରିପାରିବେ। ମନ୍ଦିର ଗୁଡ଼ିକର ଜମା ଖାତା ସରକାରୀ ବ୍ୟାଙ୍କରେ ରହିବ। ହେଲେ ଅନଲାଇନ୍ ପେମେଣ୍ଟ ପାଇଁ ପେମେଣ୍ଟ ଗେଟ୍‌ୱେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ରହିବ ବୋଲି ନିଷ୍ପତ୍ତି ହୋଇଛି ।

Advertisment
Online Temple Darshan
Advertisment
Advertisment