Advertisment

ହାଣ୍ଡିଶାଳରୁ ହୋଟେଲ୍ ମେନ୍ୟୁ, ଟେନସନ୍ ଦେଉଛି ମହଙ୍ଗା ପିଆଜ

ପିଆଜ ଦରକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କମ୍ ଦରରେ ଲୋକଙ୍କୁ ପିଆଜ ବିକ୍ରି କଲେଣି ରାଜନେତା। ଏ ଦୃଶ୍ୟ ହେଉଛି ଜୟପୁରର। ଯେଉଁଛି କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତି ଜିଲା କଂଗ୍ରେସ କାର୍ଯ୍ୟାଳୟ ଆଗରେ ୩୦ ଟଙ୍କା ଦରରେ ଲୋକଙ୍କୁ ପିଆଜ ବିକ୍ରି କରୁଛନ୍ତି।

ଅଦ୍ୟତନ ହୋଇଛି
undefined

Onion Price

Advertisment

ଘର ହାଣ୍ଡିଶାଳଠାରୁ ହୋଟେଲର ମେନୁ । ପିଆଜ ପାଇଁ ସବୁ ପ୍ରଭାବିତ । ଏପରିକି ଦହିବରା ପ୍ଲେଟରୁ ବି ଉଭାନ ହୋଇଯାଇଛି ପିଆଜ। ଆମିଷ ଆଇଟମ୍ ରାନ୍ଧିବାକୁ ତ ଏବେ ଚିନ୍ତା କରିବା ପାଇଁ ପଡ଼ୁଛି । ସେପଟେ ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର କେଜି ପିଛା ୨୫ ଟଙ୍କା ରିହାତି ଦରରେ ବିଭିନ୍ନ ସ୍ଥାନରେ ପିଆଜ ବିକ୍ରି କରୁଥିବା ବେଳେ କଂଗ୍ରେସ ଶସ୍ତାରେ ପିଆଜ ବିକି ପ୍ରତିବାଦ ଜଣାଇଛି।

Advertisment

ଏ ହେଉଛି ବ୍ରହ୍ମପୁରର ଏକ ଜଳଖିଆ ଦୋକାନ। ସମସ୍ତେ ଜାଣନ୍ତି ଏଠାର ଜଳଖିଆ କିଭଳି । ଦୋଷା ହେଉ ଅବା ରାଓ୍ୱା ଦୋଷା ସବୁଥିରେ ପିଆଜ ଆବଶ୍ୟକ। ହେଲେ ପିଆଜ ଦର ଏ ସବୁ ଜଳଖିଆ ମେନ୍ୟୁକୁ କରିଛି ପ୍ରଭାବିତ । ପିଆଜ ଦର ୬୫ ଛୁଇଁବା ପରେ ରାଓ୍ୱା ଦୋଷାରେ ଆଉ ଆଗଭଳି ପିଆଜ ପକାଇ ଗ୍ରାହକକୁ ଦେଇ ପାରୁନାହାନ୍ତି ଦୋକାନୀ । ସେପଟେ ମଧ୍ୟାହ୍ନ ଭୋଜନ ହେଉ ଅବା ରାତ୍ରି ଭୋଜନ। ସବୁ ମେନୁରୁ ଚିଲି ଆଇଟମରେ ପିଆଜ କମ୍ ପରିମାଣରେ ପକାଇ ଗ୍ରାହକଙ୍କୁ ଦିଆଯାଉଛି । ସାଲାଡରୁ ତ ପିଆଜ ପୁରା ଗାଏବ।

କଟକର ଦହିବରା ଉପରେ ପିଆଜ ଦରର ପ୍ରଭାବ ତ ସଂପୂର୍ଣ୍ଣ ଭାବେ ପଡିଛି । ଦହିବରା ପରସିବା ବେଳେ କଞ୍ଚା ପିଆଜ ଆଉ ଦେଉନାହାନ୍ତି ବ୍ୟବସାୟୀ । ଏପରିକି ହାପ୍ ପ୍ଳେଟ୍ ଦହିବରା ପୂର୍ବରୁ ୩୦ ଥିବା ବେଳେ ଏବେ ୫୦ ଆଉ ଫୁଲ ପ୍ଲେଟ୍ ୫୦ ଟଙ୍କାରୁ ୬୦ ଟଙ୍କାକୁ ବଢାଇ ଦେଇଛନ୍ତି। ଯାହାକୁ ନେଇ ଗ୍ରାହକ ଅସନ୍ତୁଷ୍ଟ।

Advertisment

ସେପଟେ ପିଆଜ ଦରକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କମ୍ ଦରରେ ଲୋକଙ୍କୁ ପିଆଜ ବିକ୍ରି କଲେଣି ରାଜନେତା। ଏ ଦୃଶ୍ୟ ହେଉଛି ଜୟପୁରର। ଯେଉଁଛି କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତି ଜିଲା କଂଗ୍ରେସ କାର୍ଯ୍ୟାଳୟ ଆଗରେ ୩୦ ଟଙ୍କା ଦରରେ ଲୋକଙ୍କୁ ପିଆଜ ବିକ୍ରି କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେଜି ପିଛା ୨୫ ଟଙ୍କାରେ ବିକ୍ରି କରାଯାଉଛି ପିଆଜ। ସହିଦନଗର, ରସୁଲଗଡ ଓ ସତ୍ୟନଗରରେ ଏହି କାଉଣ୍ଟର ଖୋଲା ଯାଇଛି। ଖାଉଟିଙ୍କ ଅପେକ୍ଷା କେବେ ପିଆଜ ଦର ଖସିବ, ଆଉ ସେମାନେ ହାତଖୋଲି ପିଆଜ କିଣି ଘରକୁ ନେଇପାରିବେ।

Odisha Onion Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ