Balangir
ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଭାଙ୍ଗିଲା ଛାତ ଖସିଲା ସିଲିଂ । ଏଡିଏମ୍ ଅନନ୍ତ ସିଂହ ଲାଗୁରୀଙ୍କ ଚାମ୍ବରରେ ବୈଠକ ବେଳେ ଏଭଳି ଅଘଟଣ ଘଟିଛି । ଛାତ ଭାଙ୍ଗି ଇଟା ଖସିବାରୁ ସିଲିଂ ପରେ ପଡ଼ିଥିଲା । ପରେ ତଳେ ବୈଠକ ଚାଲିଥିବା ବେଳେ ସିଲିଂ ଖସି ଜଣେ ମହିଳା ଅଧିକାରୀଙ୍କ ଉପରେ ପଡ଼ିଥିଲା । ମହିଳା ଅଧିକାରୀ DRCS ଦମୟନ୍ତୀ ସିଂ ଗୁରୁତର ହୋଇଛନ୍ତି ।
ମହିଳା ଅଧିକାରୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ସୂଚନା ରହିଛି । ତେବେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଲାଙ୍ଗିର ଏଡିଏମ୍ । ତେବେ ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ସିସିଟିଭି ଫୁଟେଜ୍ରୁ ସିଲିଂ ଖସିବା ସହ ମହିଳାଙ୍କ ଉପରେ ଆଘାତ ଲାଗିଥିବା ସ୍ପଷ୍ଟ ଜଣାପଡ଼ୁଛି । ଘଟଣା ପରେ ମହିଳାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି । ଏଡିଏମ୍ଙ୍କ କହିବାନୁଯାୟୀ, କାର୍ଯ୍ୟାଳୟର କୋଠା ଅତି ପୁରୁଣା । ତେଣୁ ଏଭଳି ସ୍ଥିତି ଉପୁଜିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Balangir__1651759938.jpg)