One person will be allowed to purchase only one plot in Odisha from any developmental authority
ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ୍ ନେବା ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଜଣେ ବ୍ୟକ୍ତି ରାଜ୍ୟର ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ କେବଳ ଗୋଟିଏ ପ୍ଲଟ୍ ନେଇ ପାରିବେ। ପୂର୍ବରୁ ପ୍ଲଟ୍ ପାଇଥିବା ବ୍ୟକ୍ତିଙ୍କୁ ଆବେଦନ କରିବାକୁ ହାଇକୋର୍ଟ ବାରଣ କରିଛନ୍ତି। ତତ୍ସମ୍ବନ୍ଧୀୟ ନିୟମାବଳୀ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉ କି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ପ୍ରଥମେ ଏକ ବାସପଯୋଗୀ ପ୍ଲଟ୍ ନେଇ ତାକୁ ବିକ୍ରି କରି ଦେଇଥିଲେ। ଏହାପରେ ବ୍ୟାବସାୟିକ ପ୍ଲଟ୍ କିଣିଥିଲେ। ତା’ପରେ ତୃତୀୟ ପ୍ଲଟ୍ କର୍ମଚାରୀ କୋଟାରେ ପାଇଥିଲେ ମଧ୍ୟ ତାଙ୍କୁ ଦିଆଯାଇ ନଥିଲା। ଏହାକୁ ଚ୍ୟାଲେଞ୍ଜ କରି କର୍ମଚାରୀ ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆବେଦନର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ରାଜ୍ୟର ବିଭିନ୍ନ କର୍ତ୍ତୃପକ୍ଷଙ୍କରୁ ଏକାଧିକ ପ୍ଲଟ୍ ନେବା ଉପରେ ରୋକ୍ ଲଗାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683000042.jpg)