Advertisment

ଯମ ପରି ମାଡ଼ି ଆସିଲା, ଆଖି ଆଗରେ ଚଢ଼ିଗଲା: ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଡମ୍ପର

ଜାତୀୟ ରାଜପଥରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଏକ ଡମ୍ପର ଚଢ଼ି ଯାଇଛି। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
One Labour Killed After Dumper Rams Into Roadside Camp

One Labour Killed After Dumper Rams Into Roadside Camp

Advertisment

ଚଢ଼ିଗଲା ଗାଡ଼ି, ଚାଲିଗଲା ଜୀବନ। ଜାତୀୟ ରାଜପଥରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଏକ ଡମ୍ପର ଚଢ଼ି ଯାଇଛି। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ରାଜପଥ ପାର୍ଶ୍ଵରେ ଏକ ଅସ୍ଥାୟୀ କ୍ୟାମ୍ପ କରି ଶୋଇଥିଲେ। ଆଜି ଭୋର ସମୟରେ ଏକ ଡମ୍ପର ଭାରସ୍ୟାମ ହରାଇ କ୍ୟାମ୍ପ ଉପରକୁ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ, ଅନେକ ଶ୍ରମିକ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

କିଛି ସମୟ ପାଇଁ ଘଟଣାସ୍ଥଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଦୁର୍ଘଟଣା ପରେ ଶ୍ରମିକଙ୍କୁ ଡମ୍ପର ତଳୁ ବାହାର କରିବା ଥିଲା ବଡ଼ ଚ୍ୟାଲେଞ୍ଜ ଥିଲା। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisment
Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ