One eye of the boy disappeared overnight he slept in a deep sleep
ଥରେ ଭାବନ୍ତୁ ତ, ଆପଣ ରାତିରେ ଶୋଇଥିବେ ଏବଂ ଯେତେବେଳେ ସକାଳେ ଉଠିବେ ଦେଖିବେ ଯେ ଆପଣଙ୍କ ଶରୀରର କୌଣସି ଏକ ଅଂଗ ନାହିଁ; ତେବେ କେମିତି ଲାଗିବ? ଏହା ନିଶ୍ଚିତ ଦୁଃଖ ଦେବ। ଠିକ୍ ସେହିଭଳି ଏକ ଘଟଣା ଜଣେ ୨୧ ବର୍ଷର ଯୁବକଙ୍କ ସହିତ ହେଇଛି। ଏହି ଯୁବକ ରାତିରେ ଯେତେବେଳେ ଗଭୀର ନିଦ୍ରାରେ ଶୋଇଥିଲେ, ତା’ପରେ ତାଙ୍କ ସହ ଏପରି କିଛି ଘଟିଗଲା ଯାହା ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।
ଖବର ଅନୁଯାୟୀ, ଏହି ଖବର ଆମେରିକାର ଫ୍ଲୋରିଡା ସହରର। ମାଇକେଲ କ୍ରୁମହୋଲଜ ନାମକ ଜଣେ ୨୧ ବର୍ଷର ଯୁବକ ରାତିରେ ଶୋଇଥିଲେ। ଏହି ସମୟରେ ଏକ ପୋକ ତାଙ୍କର ଗୋଟିଏ ଆଖିକୁ ଖାଇଦେଇଥିଲା। ସେ ଯେତେବେଳେ ଉଠିଲେ ଆଉ ଦେଖିଲେ ତାଙ୍କର ଗୋଟିଏ ଆଖି ନାହିଁ ସେ ଆଶ୍ଚର୍ଯ୍ୟ ହୋଇଗଲେ।
ଅଧିକ ପଢ଼ନ୍ତୁ: ମଶା ଦେଲା ଦୁଃଖ; କୋମାରେ ପଡିଲେ, ୩୦ଟି ଅପରେସନ କଲେ
ମାଇକେଲ ୭ ବର୍ଷ ହେବ କଣ୍ଟାକ୍ଟ ଲେନ୍ସ ପିନ୍ଧୁଛନ୍ତି। କଣ୍ଟାକ୍ଟ ଲେନ୍ସ ପିନ୍ଧୁଥିବା ବ୍ୟକ୍ତି ଶୋଇବା ସମୟରେ କଣ୍ଟାକ୍ଟ ଲେନ୍ସକୁ ଖୋଲିବାକୁ ପଡେ। ମାଇକେଲ କିନ୍ତୁ ତାହା କରି ନଥିଲେ। ପରିସ୍ଥିତି ଏପରି ହେଲା ଯେ ପରଜୀବୀ ତାଙ୍କ ଆଖି ଖାଇଦେଇଥିଲେ। କିଛି ପରଜୀବୀ ଏମିତି ଥାଆନ୍ତି, ଯେଉଁମାନେ ଶରୀରର ଅଙ୍ଗ ଖାଆନ୍ତି। ଏଭଳି ପରିସ୍ଥିତିରେ ମାଇକେଲ୍ଙ୍କ ଆଖି ମଧ୍ୟ ସେମାନଙ୍କ ଶିକାର ହୋଇଯାଇଛି।
ଯେତେବେଳେ ମାଇକେଲ ସକାଳୁ ଉଠିଲେ, ସେ ଯନ୍ତ୍ରଣା ଅନୁଭବ କଲେ। ଯନ୍ତ୍ରଣା ଅସହ୍ୟ ଥିଲା। ଏଭଳି ପରିସ୍ଥିତିରେ ସେ ନିଷ୍ପତ୍ତି ନେଲେ ଯେ ଡାକ୍ତରଙ୍କ ସହିତ ପରାମର୍ଶ କରିବେ। ଡାକ୍ତର ତାଙ୍କ ଆଖି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ ଯେ ପରଜୀବୀମାନେ ମାଇକେଲଙ୍କ ଗୋଟିଏ ଆଖି ଖାଇଯାଇଛନ୍ତି।
ପ୍ରଥମେ ଏହାକୁ ମାଇକେଲ୍ ବିଶ୍ୱାସ କରିନଥିଲେ। ଫଳରେ ସେ ଅନେକ ଡାକ୍ତରଙ୍କୁ ଭେଟିଥିଲେ। ତାଙ୍କୁ କିନ୍ତୁ ସମାନ ଉତ୍ତର ମିଳିଥିଲା। ଶେଷରେ ସେ ଗ୍ରହଣ କଲେ ଯେ ତାଙ୍କର ଗୋଟିଏ ଆଖି ପରଜୀବୀ ଖାଇଦେଇଛନ୍ତି।
ସୂଚନାଥାଉ ଯେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା ଦ୍ୱାରା ଆଖି ଜଳେ ବା ପୋଡେ। ଏପରି ପରିସ୍ଥିତିରେ ନିୟମ ଅନୁଯାୟୀ, ୩-୪ ଘଣ୍ଟା ମଧ୍ୟରେ କଣ୍ଟାକ୍ଟ ଲେନ୍ସ ଖୋଲିବା ଜରୁରୀ। ଶୋଇବା ସମୟରେ ଲେନ୍ସ ଖୋଲିବାକୁ ପଡିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676995852.jpg)