ପୁରୀ: ପଚାରିଲେନି ୫ ପୁଅ। ଅକଥନୀୟ ନିର୍ଯାତନା ଦେଲେ। ଘରୁ ତଡ଼ିଦେଲ। ବୁଢା ବୟସରେ କୁଆଡେ ଯିବେ ? ପିଲାମାନଙ୍କ ପାଦ ଧରି ନେହୁରା ହେଲେ । ହେଲେ କେହି ତାଙ୍କୁ ଦୁଃଖ ଶୁଣିଲେନି। କେହି ଲୁହ ପୋଛି ଦେଲେନି କି ସହାୟତାର ହାତ ବଢାଇଲେନି। ଓଲଟା ଗୋଡ଼ ଛାଟି ପଳାଇଗଲେ। ୫ ପୁଅ ଓ ଗୋଟିଏ ଝିଅକୁ ଜନ୍ମ ଦେଲେ। ମଣିଷ କଲେ। ହେଲେ ମମସ୍ତେ ପର କରିଦେଲେ ! ସେବା ଶୁଶ୍ରୂଷା ତ ପର କଥା, ଶତ୍ରୁ ପରି ବ୍ୟବହାର କଲେ, ମାରଧର, ଗାଳିଗୁଲଜ କଲେ। ଅଭିମାନରେ ଭରିଗଲା ବୃଦ୍ଧ ବାପାର ମନ। ଏ ମିଛ ସଂସାରରେ ସମସ୍ତେ ପର..କେବଳ କାଳିଆ ନିଜର। ଏହା ଭାବି ବାହାରି ଆସିଲେ ଘରୁ।
ଗତକାଲି ବିଳମ୍ବିତ ରାତିରେ ବର୍ଷାରେ ଭିଜି ଭିଜି ପୁରୀ ଅଭିମୁଖେ ଯାଉଥିଲେ ୮୮ ବର୍ଷର ଏଇ ବୃଦ୍ଧ ଜଣକ। ଘର ତାଙ୍କର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଦେଉଳିପାଟଣାରେ। ନାଁ ଭଗବାନ ସାହୁ। ତାଙ୍କର ୫ ପୁଅ ଓ ଗୋଟିଏ ଝିଅ । ଚନ୍ଦ୍ରଶେଖରପୁରରେ ରହୁଥିବା ପୁଅ-ବୋହୂଙ୍କ ପାଖରେ ରହୁଥିଲେ। ହେଲେ ବାର୍ଦ୍ଧକ୍ୟରେ ଆଜି ଏକ ଏକା ଚାଲିଛନ୍ତି ବୃଦ୍ଧ ବାପା। ୬ ପିଲାଙ୍କ ହାତ ଧରି ଦୁନିଆରେ ଜିଇଁବା ଶିଖାଇଲେ, ହେଲେ ବାର୍ଦ୍ଧକ୍ୟରେ କେହି ତାଙ୍କ ହାତ ଥାମିଲେନି। ଏପରିକି ଯେଉଁ ପୁଅ-ବୋହୂଙ୍କ ପାଖରେ ରହୁଥିଲେ ସେମାନେ ଗାଳିଗୁଲଜ, ମାରଧର ବି କରୁଥିଲେ।
ସ୍ଥାନୀୟ ଲୋକମାନେ ତାଙ୍କୁ ଆଶ୍ୱାସନା ଦେବା ସହ ବୀର ପ୍ରତାପପୁର ନିକଟରେ ଥିବା ଜରାଶ୍ରମ ନୀଳାଦ୍ରିନିଳୟରେ ରଖାଇବାର ବ୍ୟବସ୍ଥା କରିଛନ୍ତି।