oil prices hiked
ଭାରତର ବଜାରରେ ୟୁକ୍ରେନ ଯୁଦ୍ଧର ପ୍ରଭାବ । ଦେଶରେ ଖାଇବା ତେଲ ଦର ବଢ଼ିବା ଆଶଙ୍କା ନିଜେ ଏହି ଆଶଙ୍କା ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ ଟ୍ୱିଟ୍ କରି କହିଛନ୍ତି ଯେ, ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଖାଇବା ତେଲ ବିଶେଷ କରି ସୂର୍ଯ୍ୟମୁଖୀ ତେଲ ଦର ବଢ଼ିବାର ଆଶଙ୍କା ରହିଛି । ତେଣୁ କୃତ୍ରିମ ସଂକଟ ଓ କଳାବଜାରୀ ରୋକିବା ସହିତ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ସେପଟେ ଓଡ଼ିଶା ବ୍ୟବସାୟୀ ମହାସଂଘର ସଂପାଦକ ସୁଧାକର ପଣ୍ଡା ଆଶଙ୍କା କରିଛନ୍ତି, ଏବେଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ସତର୍କ ନ ହେଲେ ବଜାରରୁ ଖାଇବା ତେଲ ଉଭାନ ହୋଇପାରେ ।
ସୂର୍ଯ୍ୟମୁଖୀ ତେଲର ରିଟେଲ ଦାମ୍ ଲିଟର ପିଛା ୧୮୦ରୁ ୨ ଶହ ଟଙ୍କା ହେଲାଣି । ଆଗକୁ କଣ ହେବ, କହିବା ମୁସ୍କିଲ । ଭାରତ ତାର ଖାଇବା ତେଲର ୮୦ ପ୍ରତିଶତ ୟୁକ୍ରେନରୁ ଆମଦାନି କରିଥାଏ । ଯୁଦ୍ଧ ହେବା ପରଠୁ ତାହା ପୁରା ବନ୍ଦ ଅଛି । ତା ସହିତ ପେଟ୍ରୋଲ ଡିଜେଲ ଦାମ ବଢ଼ିଲେ, ସ୍ଥିତି ଅସମ୍ଭାଳ ହେବ ବୋଲି ସତର୍କ କରାଇ ଦେଇଛନ୍ତି ସୁଧାକର ପଣ୍ଡା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646382411.jpg)