ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ବଢ଼ିବନି ବିଦ୍ୟୁତ ଦର

ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ ବୋଲି ସୂଚନା ଦିଆଯାଇଛି ।

Electricity Bill

ରାଜ୍ୟରେ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏନେଇ ସୂଚନା ଦେଲେ ଓଇଆରସି(OERC) । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ ବୋଲି ସୂଚନା ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିବ । ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୪ ଟଙ୍କା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ ଟଙ୍କା ୮୦ ପଇସା ଏବଂ ୪ଶହ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ଦର ୬ ଟଙ୍କା ୨୦ ରହିବ ।

ଅଧିକ ପଢ଼ନ୍ତୁ: ମାତ୍ର ୪୪୩ ଟଙ୍କାରେ ଘରେ ଲଗାନ୍ତୁ ଏହି ସୋଲାର୍ LED ଲ୍ୟାମ୍ପ, ଆସିବ କମ୍‌ ବିଦ୍ୟୁତ୍‌ ବିଲ୍‌...

ତେବେ ଡିଜିଟାଲ ପେମେଣ୍ଟ କଲେ LT ଉପଭୋକ୍ତାଙ୍କୁ ୪% ରିହାତି ଦିଆଯିବ । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୧୦ ପଇସା ରିହାତି ଦିଆଯାଇଛି ।ରେଳ କ୍ଷେତ୍ରରେ ବିକାଶ ପାଇଁ ମଧ୍ୟ ୟୁନିଟ ପିଛା ୨୫ ପଇସା ରିହାତି ଦିଆଯିବ ।