• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମିସକଲରୁ ପ୍ରେମ, ପ୍ରେମରୁ ପ୍ରଣୟ । ଦୃଷ୍ଟିବାଧିତ ଦିବ୍ୟାଙ୍ଗ ପ୍ରେମିକକୁ ହସି ହସି ଜୀବନସାଥୀ କରିନେଲେ ଯୁବତୀ । ଏହା କୌଣସି ସିନେମାର କାହାଣୀ ନୁହେଁ । ଏକ ନିରୋଳା ଓ ଶାଶ୍ୱତ ତଥା ସଫଳ ପ୍ରେମକାହାଣୀ । ଆଜିକାଲି ଚାକିରି ବ୍ୟାଙ୍କବାଲାନ୍ସ ଦେଖି ବିବାହ କରୁଛନ୍ତି ଯୁବକଯୁବତୀ । ତେବେ ଏପରି ଯୁଗରେ କେବଳ ପ୍ରେମ ପାଇଁ ବିବାହ କରିବା ସତରେ ବଡ଼ କଥା ।

ପାଟଣାଗଡ଼ ବ୍ଲକ ମୁଣ୍ଡମହୁଲ ଗାଁର ଦିଲୀପ ତାଣ୍ଡି । ଜନ୍ମରୁ ଆଖିକୁ ଭଲ ଭାବରେ ଦେଖାଯାଏ ନାହିଁ । ଦୈନନ୍ଦିନ କାମ ଠାରୁ ନିତ୍ୟକର୍ମ ପର୍ଯ୍ୟନ୍ତ, ସବୁ କିଛି କରିବା ପାଇଁ ସେ ଅନ୍ୟ ଉପରେ ଭରସା କରୁଛନ୍ତି । ହେଲେ ଏବେ ସେ ଆଉ କାହାକୁ ଭରସା କରିବେ ନାହିଁ । ତାଙ୍କ ସେବାଶୁଶ୍ରୁସା କରିବା ପାଇଁ ତାଙ୍କୁ ଉତ୍ତମ ଜୀବନସାଥୀ ଜଣେ ମିଳିଯାଇଛନ୍ତି ।

ଚାନ୍ଦିନୀ ଆଉ ଦିଲୀପଙ୍କର ପ୍ରେମସମ୍ପର୍କ ଗୋଟିଏ ମିସ କଳରୁ ଆରମ୍ଭ ହେଲା । ଦିନେ ଦିଲୀପ ଅଜାଣତରେ ଏକ ନମ୍ବରକୁ ଡାଏଲ କରିଦେଇଥିଲେ । ପ୍ରଥମେ କୌଣସି ଉତ୍ତର ନମିଳିଲେ ମଧ୍ୟ କଲ୍ କରିବାର କିଛି ଘଣ୍ଟା ପରେ ସେପଟୁ ଏକ କଲ୍ ଆସିଥିଲା । ମିସକଲ ହୋଇଥିବା ଜାଣିବା ପରେ ମଧ୍ୟ ଚାନ୍ଦିନୀ ଓ ଦିଲୀପ କିଛି ସମୟ କଥାବାର୍ତ୍ତା କରିଥିଲେ । ତେବେ ମିସକଲରେ ଅଟକି ଯାଇନଥିଲା ସେମାନଙ୍କ ସମ୍ପର୍କ ଧୀରେ ଧୀରେ ପ୍ରେମ ଆରମ୍ଭ ହୋଇଥିଲା ।

ହେଲେ ଚାନ୍ଦିନୀ ଜାଣିନ ଥିଲେ ଯେ ସେ ଯାହା ସହ କଥାବାର୍ତ୍ତା କରୁଛନ୍ତି ସେ ଦୃଷ୍ଟିବାଧିତ । ବେଶ୍ କିଛି ଦିନର କଥାବାର୍ତ୍ତା ଭିତରେ ଦୁହେଁ ଦୁହେଁଙ୍କୁ ଭଲ ବସିଲେ । ଦିନେ ଚାନ୍ଦିନୀ ଦିଲୀପଙ୍କୁ ଦେଖିବା ପାଇଁ ନିଜ ଗାଁକୁ ଡାକିଥିଲେ ଏବଂ ଦିଲୀପ ନିଜେ ସାଙ୍ଗ ସହିତ ଚାନ୍ଦିନୀର ଗାଁ କୁ ବି ଯାଇଥିଲେ । ତେବେ ସାକ୍ଷାତ ପରେ ଚାନ୍ଦିନୀଙ୍କ ପ୍ରେମ କମିଯାଇ ନଥିଲା । ଦୁହିଁଙ୍କର ସମ୍ପର୍କ ଆହୁରି ମଜଭୁତ ହୋଇଥିଲା ।

ଉଭୟେ ଜନ୍ମଜନ୍ମର ସାଥି ହେବଙ୍କୁ ନିଷ୍ପତ୍ତି ନେଇଥିଲେ ଓ ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ଉଭୟ ପରିବାର ରାଜି ହେବାରୁ ପାଟଣାଗଡ଼ କୋର୍ଟରେ ବିବାହ ହୋଇଛି । ଏହାକୁ ନେଇ ଦିଲୀପ ଚନ୍ଦିନୀ ଖୁସି ଥିବା ବେଳେ ସମାଜ ପାଇଁ ଏକ ଚନ୍ଦିନୀ ଏକ ଉଦାହରଣ ବୋଲି କହିଛନ୍ତି ଗ୍ରାମବାସୀ ।

ପାଟଣାଗଡ଼ରୁ କରୁଣାକର ବୁଡ଼େକ