Advertisment

ଶ୍ରାବଣରେ ମୌସୁମୀର ଲୁଚକାଳି; ଶୁଖିଲା ପଡ଼ିଛି ଜମି, ଚିନ୍ତାରେ ଚାଷୀ

ସମାନ ଦଶା ଭୋଗୁଛନ୍ତି ସେହି ମୁଂଜା ଗାଁର ଚାଷୀ ସୀମାଞ୍ଚଳ ସାମନ୍ତରାୟ । ତାଙ୍କ ଜମି ବି ପଡ଼ିଆ ପଡ଼ିଛି, ଶୁଖିଲା ମାଟିରେ ବା କେମିତି ତଳି ରୋଇବେ ଚିନ୍ତା ଘାରିଛି ତାଙ୍କୁ ।

ଅଦ୍ୟତନ ହୋଇଛି
odisha weather

odisha weather

Advertisment

ଖରିଫରେ ମୌସୁମୀର ଲୁଚକାଳି... ଶ୍ରାବଣରେ ଶୁଖିଲା ପଡ଼ିଛି ଚାଷଜମି... ଅସ୍ୱାଭାବିକ ବୃଷ୍ଟିପାତ ଦେଖି ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି... କୋରାପୁଟ ମୁଂଜା ଅଞ୍ଚଳର ଚାଷୀ ଭଗବାନ...ଧାର କରଜ କରି ଦେଢ଼ ଏକର ଜମିରେ ଧାନ ଚାଷ କରିବାକୁ ଚିନ୍ତା କରିଛନ୍ତି । ହେଲେ ବର୍ଷା ଅଭାବରୁ ବୁଦ୍ଧି ବଣା ହୋଇଯାଇଛି । ଶୁଖିଲା ପଡ଼ିଛି ଚାଷ ଜମି ।

Advertisment

ସମାନ ଦଶା ଭୋଗୁଛନ୍ତି ସେହି ମୁଂଜା ଗାଁର ଚାଷୀ ସୀମାଞ୍ଚଳ ସାମନ୍ତରାୟ । ତାଙ୍କ ଜମି ବି ପଡ଼ିଆ ପଡ଼ିଛି, ଶୁଖିଲା ମାଟିରେ ବା କେମିତି ତଳି ରୋଇବେ ଚିନ୍ତା ଘାରିଛି ତାଙ୍କୁ । କେବଳ ଭଗବାନ କିମ୍ବା ସୀମାଞ୍ଚଳ ନୁହଁନ୍ତି, ବୋରିଗୁମ୍ମା ଅଞ୍ଚଳରେ ବର୍ଷା ଅଭାବରୁ ଶହ ଶହ ଚାଷୀଙ୍କ ଏବେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପରୁ କିଛି ଅଞ୍ଚଳକୁ ଜଳସେଚନ ହୋଇପାରୁନଥିବାରୁ ସମସ୍ୟା ଦୁଇଗୁଣ ହୋଇଯାଇଛି ।

ଆଷାଢ଼ ଗଲା, ଦିନ କେଇଟା ପରେ ଶ୍ରାବଣ ବି ସରିଯିବ । ହେଲେ ବର୍ଷାକୁ ଅନାଇ ଆଖିରୁ ପାଣି ମରିଗଲାଣି ସିନା ବର୍ଷାର ଦେଖାନାହିଁ । କେଉଁଠି ଧାନ ଗଛ ଜଳିପୋଡ଼ି ପାଉଁଶିଆ ପଡ଼ିଗଲାଣି ତ କେଉଁଠି ଗୋରୁ ଚରିଯିବାର ଅବସ୍ଥା ଦେଖାଦେଲାଣି । ଗଞ୍ଜାମ ଆସିକା ବ୍ଲକ ହରିଡାପଦର ପଞ୍ଚାୟତର ମଣ୍ଟପଡା ଗାଁ ଦେଇ ବାଘୁଆ ନଦୀ ପ୍ରବାହିତ ହେଉଥିଲେ ବି ଜଳସେଚନର ବ୍ୟବସ୍ଥା ନାହିଁ । ଏହି ନଦୀରେ ଆନିକଟ ପାଇଁ ଗତ ୨୦ ବର୍ଷ ଧରି ଦାବି କରିଆସୁଥିଲେ ବି ଅଣଦେଖା କରାଯାଇଥିବା ଅଭିଯୋଗ କରି ଶେଷରେ ନିଜେ ଅଣ୍ଟାଭିଡ଼ିଛନ୍ତି ଲୋକେ । ନଦୀବନ୍ଧ ନିର୍ମାଣ କାମରେ ଲାଗିପଡ଼ିଛନ୍ତି ବୁଢ଼ାଠୁ ଭେଣ୍ଡିଆ ଯାଏଁ । ନଦୀବନ୍ଧ ବାନ୍ଧି ୫ଖଣ୍ଡ ଗାଁର ଚାଷୀଙ୍କ ଚାଷକୁ ରକ୍ଷା କରିବାକୁ ପଣ କରିଛନ୍ତି ।

Advertisment

ରାଜ୍ୟରେ ସାଧାରଣତଃ ଜୁନ୍ ୧ରୁ ଅଗଷ୍ଟ ୧୦ ଭିତରେ ୬୭୬ ମିଲିମିଟର ବର୍ଷା ହେବା କଥା । କିନ୍ତୁ ହୋଇଛି ମାତ୍ର ୬୪୬ ଦଶମିକ ୨ ମିଲିମିଟର । ବିଶେଷକରି ୧୦ ଜିଲ୍ଲା ଯଥା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ ହୋଇଛି । କିନ୍ତୁ ୫ଟି ଜିଲ୍ଲାରେ ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧୫ଟି ଜିଲ୍ଲାରେ ରହିଛି ସାଧାରଣ ବୃଷ୍ଟିପାତ ।

ମାଇନସ୍ ୪୨ ମିଲିମିଟର ସହ ସବୁଠୁ କମ୍ ବର୍ଷା ନବରଙ୍ଗପୁର ଜିଲ୍ଲାରେ ହୋଇଥିବାବେଳେ ୫୨ ମିଲିମିଟିର ବର୍ଷା ସହ ବୌଦ୍ଦରେ ହୋଇଛି ସର୍ବାଧିକ ବର୍ଷା । ତେବେ ମୌସୁମୀ ନିମ୍ନ ଚାପ-ରେଖା ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ତେଣୁ ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ଆସନ୍ତା କିଛିଦିନ ପାଇଁ ସେଭଳି ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଭଳି ଅନାବୃଷ୍ଟି ସ୍ଥିତି ଯଦି ଲାଗିରହେ, ତେବେ ରାଜ୍ୟରେ ମରୁଡ଼ି ପରିସ୍ଥିତି ଦେଖାଦେବନି ତ ? ଏବେ ଏଭଳି ଆଶଙ୍କା ଉପୁଜିଛି ।

Advertisment

ଆସିକାରୁ ମନୋଜ ମୁନୀ, ଜୟପୁରରୁ ଟି. ଗୌରୀଶଙ୍କର ଏବଂ ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀଙ୍କ ରିପୋର୍ଟ, ଓଟିଭି

Odisha Farmer Odisha Weather Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ