Advertisment

‘ମୋ ଅଜାଣତରେ ଶାଶୁ ଘର ଲୋକ ୧୪ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି’

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମୃତକଙ୍କ ସହାୟତା ରାଶିକୁ ନେଇ ଏବେ ବିବାଦ ଦେଖା ଦେଇଛି।

ଅଦ୍ୟତନ ହୋଇଛି
Dispute in victim's family over Compensation Money

Dispute in victim's family over compensation money

Advertisment

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଗୋ ଗାଁର ଗୋବିନ୍ଦ ସାହୁଙ୍କ ସହାୟତା ରାଶିକୁ ନେଇ ଏବେ ବିବାଦ ଦେଖା ଦେଇଛି। ଶାଶୁ ଘର ଲୋକେ ସବୁ ଟଙ୍କା ହଡ଼ପ କରି ନେଇଥିବା ଗୋବିନ୍ଦଙ୍କ ପତ୍ନୀ ବିଜୟଲକ୍ଷ୍ମୀ ସାହୁ ଅଭିଯୋଗ କରିଛନ୍ତି।

Advertisment

ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ଓ ରେଳବାଇ ପକ୍ଷରୁ ୯ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ମିଳିଥିଲା। ରେଳବାଇ ପକ୍ଷରୁ ଆଉ ୫୦ ହଜାର ଟଙ୍କା ଶୁଦ୍ଧିକ୍ରିୟା ପାଇଁ ଦିଆଯାଇଥିଲା। ହେଲେ ଶାଶୁ ଘର ଲୋକେ ମାଡ଼ ମାରି ସମସ୍ତ ସହାୟତା ରାଶି ହଡ଼ପ କରି ନେଇଥିବା ବିଜୟଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଏନେଇ ସେ ବାସୁଦେବପୁର ଥାନାରେ ଏତଲା ଦେଇଛନ୍ତି।

ଅନ୍ୟପକ୍ଷରେ ବିଜୟଲକ୍ଷ୍ମୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶ୍ୱଶୁର ରବୀନ୍ଦ୍ର ସାହୁ ଓ ଶାଶୁ ଅନ୍ନପୂର୍ଣ୍ଣା ସାହୁ। ସେମାନଙ୍କର କହିବା ଅନୁସାରେ, ‘ପୁଅର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିପାଇଁ ସେମାନେ ବିଭିନ୍ନ ସୂତ୍ରରୁ ଧାରକରଜ କରିଥିଲେ।ଏହାଛଡ଼ା ନିକଟରେ ଆରମ୍ଭ ହୋଇଥିବା ଏକ କୋଠା ଘର ଅଧାଗଢ଼ା ଅବସ୍ଥାରେ ରହିଥିବା ବେଳେ ତାକୁ ସମ୍ପୂର୍ଣ୍ଣ କରିବାକୁ ସ୍ଥିର କରିଥିଲୁ। ତେଣୁ ବୋହୂର ସହମତିରେ କିଛି ଟଙ୍କା ଉଠାଇ ଥିଲୁ।’

Advertisment

ଅନ୍ୟପକ୍ଷେ, ଉଭୟଙ୍କୁ ଥାନାକୁ ଡାକି ଆପୋଷ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି ବାସୁଦେବପୁର ଥାନା ଆଇଆଇସି ସାବିତ୍ରୀ ପଣ୍ଡା କହିଛନ୍ତି। 

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ