ସ୍ୱାଭାବିକ ହେଲା ବାହାନଗା ଷ୍ଟେସନ

କରମଣ୍ତଳ ଟ୍ରେନ୍‌ ଦୁର୍ଘଟଣା କାରଣରୁ ବାହାନଗା ଷ୍ଟେସନ୍‌ର ବ୍ୟାପକ୍‌ କ୍ଷତି ହୋଇଥିଲା ।

ବାହାନଗା ରେଳ ଷ୍ଟେସନ

ସ୍ୱାଭାବିକ ହେଲା ବାହାନଗା ବଜାର ରେଳ ଷ୍ଟେସନ । ସିଗନାଲିଂ ସିଷ୍ଟମ ସ୍ୱାଭାବିକ ସହ, ଷ୍ଟେସନରେ ରହିଲା ଟ୍ରେନ୍ । ଷ୍ଟେସନ ସ୍ୱାଭାବିକ ନେଇ ଦ.ପୂ ରେଳପଥ ସିପିଆର୍‌ଓଙ୍କ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରଠାରୁ ବାହାନଗା ଷ୍ଟେସନରେ ଟ୍ରେନ୍ ରହୁନଥିଲା । କରମଣ୍ତଳ ଟ୍ରେନ୍‌ ଦୁର୍ଘଟଣା କାରଣରୁ ବାହାନଗା ଷ୍ଟେସନ୍‌ର ବ୍ୟାପକ୍‌ କ୍ଷତି ହୋଇଥିଲା ।

ସେପଟେ ୨ମାସର ଖରାଛୁଟି ପରେ ଖୋଲିଛି ବାହାନଗା ହାଇସ୍କୁଲ୍‌ । ନୂତନ ଶ୍ରେଣୀଗୃହ ନିର୍ମାଣ ପରେ ପୁଣି ଥରେ ସ୍କୁଲ୍ ଖୋଲାଯାଇଛି । ଟ୍ରେନ୍ ଟ୍ରାଜେଡି ପରେ ସ୍କୁଲରେ ମର ଶରୀର ସବୁ ରଖାଯାଇଥିଲା । ମୃତଦେହ ଗୁଡ଼ିକୁ ସେଠାରୁ ସ୍ଥାନାନ୍ତର କରାଯିବା ପରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଶ୍ରେଣୀଗୃହ ଭଙ୍ଗାଯାଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ।