• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୫ ବର୍ଷ ଧରି କୋମାରେ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର । ରାଷ୍ଟ୍ରୀୟ ଢାଞ୍ଚାରେ ରାଜ୍ୟର ଶିକ୍ଷକମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବା ପାଇଁ ପୂର୍ବରୁ ପ୍ରତିବର୍ଷ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଉଥିଲା । ହେଲେ ୨୦୧୭ ମସିହା ପରଠୁ ଯେମିତି ପ୍ରହସନରେ ପରିଣତ ହୋଇଛି ଏହି ପୁରସ୍କାର । ମିଳିଥିବା ସୂଚନା ଅନୁସାରେ ଶେଷଥର ପାଇଁ ୨୦୧୭ ମସିହାରେ ବିଭିନ୍ନ ଜିଲ୍ଲାର ମୋଟ୍ ୫୭ ଜଣ ଶିକ୍ଷକଙ୍କୁ ଚୟନ କରାଯାଇ ଏମାନଙ୍କୁ ୨୦୧୮ ମସିହା ଗୁରୁଦିବସ ଅବସରରେ ପୁରସ୍କୃତ କରାଯିବାର ଥିଲା ।

ଏଥିପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଉତ୍ସବକୁ ନିମନ୍ତ୍ରଣ ବି ଦିଆଯାଇଥିଲା । ହେଲେ ଅନିବାର୍ଯ୍ୟ କାରଣ ଦର୍ଶାଇ ସେହିବର୍ଷ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା । ପୁରସ୍କାର ପରେ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ହେଲେ ତାହା ନହେବାରୁ କିଛି ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମଧ୍ୟ ତୁରନ୍ତ ପୁରସ୍କାର ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଯାବତ ଏହା କାର୍ଯ୍ୟକାରୀ ହୋଇ ନଥିବା ୨୦୧୭ ମସିହାରେ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିକ୍ଷକ ଅଭିଯୋଗ କରିଛନ୍ତି ।  କେବଳ ଏଇ ବର୍ଷ ନୁହେଁ ଏହାପରଠୁ ଏପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ ରହିଛି ।

 

ଏପରିକି ଏବର୍ଷ ପୁରସ୍କାର ଦିଆଯିବା ପାଇଁ ଜୁଲାଇ ମାସରୁ ଶିକ୍ଷକଙ୍କୁ ଆବେଦନ କରିବାକୁ କୁହାଯାଇଥିଲା । ହେଲେ ତାହା ମଧ୍ୟ ସମ୍ଭବ ହେଲାନି, ଯାହାକୁ ନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ ଏହା ଉପରେ ପ୍ରତିକ୍ରିୟା ରଖି କରୋନାକୁ ଆଳ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ଦୁଇବର୍ଷ କାଳ କରୋନା ପାଇଁ ଏହା ବିଳମ୍ବ ହୋଇଥିଲା ।

ଏବର୍ଷ ଜୁଲାଇ ମାସରୁ ଏହି ପୁରସ୍କାର ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଆବେଦନ କରିଥିଲେ ମଧ୍ୟ ମନୋନୟନ ପ୍ରକ୍ରିୟା ସାରିବାକୁ ସମୟ ଲାଗୁଛି । ଖୁବଶୀଘ୍ର ଶିକ୍ଷକଙ୍କୁ ସମ୍ମାନ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।