Advertisment

ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ, ରଜତ କରଙ୍କୁ ପଦ୍ମଶ୍ରୀ: ସମ୍ମାନିତ କଲେ ରାଷ୍ଟ୍ରପତି

ଦେଶର ଦ୍ୱିତୀୟ ସବୋର୍ଚ୍ଚ ସିଭିଲିୟନ୍ ଆୱାର୍ଡ ପଦ୍ମ ବିଭୂଷଣରେ ୭ ଜଣଙ୍କୁ ସମ୍ମାନିତ କରାଯାଇଛି। କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛିା

ଅଦ୍ୟତନ ହୋଇଛି
Sudarshan Sahoo

Sudarshan Sahoo

Advertisment

ନୂଆଦିଲ୍ଲୀ: ଭାରତର ସ୍ୱନାମଧନ୍ୟ ବିିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମିଳିଛି ପଦ୍ମ ପୁରସ୍କାର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଏବଂ ବାକି ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ଦେଶର ଦ୍ୱିତୀୟ ସବୋର୍ଚ୍ଚ ସିଭିଲିୟନ୍ ଆୱାର୍ଡ ପଦ୍ମ ବିଭୂଷଣରେ ୭ ଜଣଙ୍କୁ ସମ୍ମାନିତ କରାଯାଇଛିା ମରୋଣତ୍ତର ଭାବେ ଦିବଙ୍ଗତ ସଙ୍ଗୀତଜ୍ଞ ଏସପି ବାଲାସୁବ୍ରମଣ୍ୟମ ମିଳିଛି ପଦ୍ମ ବିଭୂଷଣ।

Advertisment

ଐତିହାସିକ ବିବି ଲାଲ୍, ମେଡିସନ୍ ପାଇଁ ବିଏମ୍ ହେଗଡେ ଏବଂ ବିଧି ମୁତାବକ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପଦ୍ମ ବିଭୂଷଣ ପ୍ରଦାନ ହୋଇଛି। ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ, ମରଣୋତ୍ତର ଭାବେ ରାମବିଲାସ ପାସଓ୍ବାନ, କେସୁଭାଇ ପଟେଲ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ଅରୁଣ ଜେଟଲୀ, ଜର୍ଜ ଫଡନାନ୍ଡିଜଙ୍କୁ ମିଳିଛି ପଦ୍ମ ଭୂଷଣ ସମ୍ମାନ।

କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛିା ଦେଶର ପ୍ରଥମ ମହିଳା ଏୟାର ମାର୍ସଲ ପଦ୍ମା ବନ୍ଧୋପାଧାୟ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡର ୫ ଥରର ମୁଖ୍ୟମନ୍ତ୍ରୀ ଏସଜି ଜମିର, ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ପିଭି ସିନ୍ଧୁ, ମହିଳା ହକି ଟିମ୍ କ୍ୟାପଟେନ୍ ରାଣୀ ରାମପାଲ୍, ଅଭିନେତ୍ରୀ କଙ୍ଗନା ରାଣାୱତ, ଗାୟକ ଅଦନାନ ସାମୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। 

Advertisment

ସେହିପରି ଓଡ଼ିଶାରୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଛି ପଦ୍ମ ପୁରସ୍କାର। ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ରାଷ୍ଟ୍ରପତି ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଶାନ୍ତି ଦେବୀ, କଳା ପାଇଁ ପୂର୍ଣ୍ଣମାସୀ ଜାନି, ସାହିତ୍ୟ ପାଇଁ ରଜତ କର, ମେଡିସିନ୍ କ୍ଷେତ୍ରରେ ଡାକ୍ତର କ୍ରିଷ୍ଣା ମୋହନ ପାଠୀ, ଶିକ୍ଷା ପାଇଁ ନନ୍ଦ ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଛି। ଆଜି ରାଷ୍ଟ୍ରପତି ଭବନର ଅଶୋକା ହଲ୍‌ରେ ଏକ ବର୍ଣ୍ଣାଢ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Odisha President Ram Nath Kovind Padma Award
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ