Advertisment

ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଜେ.ପି. ଦାସଙ୍କ ଦେହାନ୍ତ

ଏସସିବି ମେଡିକାଲ କଲେଜ ହୃଦରୋଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ସ୍ୱର୍ଗତ ଲୋକପ୍ରିୟ ଡାକ୍ତର ପ୍ରଫେସର ଯଦୁନାଥ ପ୍ରସାଦ ଦାସ ।

ଅଦ୍ୟତନ ହୋଇଛି
Odisha’s renowned cardiologist Dr JP Das passes away at 90

Odisha’s renowned cardiologist Dr JP Das passes away at 90

Advertisment

ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଜେ.ପି. ଦାସଙ୍କ ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ।

Advertisment

ଏସସିବି ମେଡିକାଲ କଲେଜ ହୃଦରୋଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ସ୍ୱର୍ଗତ ଲୋକପ୍ରିୟ ଡାକ୍ତର ପ୍ରଫେସର ଯଦୁନାଥ ପ୍ରସାଦ ଦାସ । ୧୯୩୩ ମସିହା ଅଗଷ୍ଟ ୫ ତାରିଖରେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ ଡାକ୍ତର ଜେ.ପି. ଦାସ । ଓଡ଼ିଶାରେ ହୃଦରୋଗ ଚିକିତ୍ସାର ପିତାମହ ରୂପେ ପରିଚିତ ଥିବା ଜେ.ପି. ଦାସଙ୍କ ଦେହାନ୍ତରେ ବହୁ ଡାକ୍ତର ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଜେ.ପି. ଦାସଙ୍କୁ ହୃଦରୋଗ ଚିକିତ୍ସାର ପିତାମହ ବୋଲି କୁହାଯାଉଥିଲା । ଜେ.ପି. ଦାସ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ୯୦ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ