Advertisment

ବିଶ୍ୱବ୍ୟାଙ୍କ ସର୍ଭେରୁ ଖୁଲାସା- ଓଡ଼ିଶାରେ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା !

ଓଡ଼ିଶାରେ ୫୧% ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।

ଅଦ୍ୟତନ ହୋଇଛି
World Bank’s Survey Report

Odisha’s 51 % doctors have required qualification, reveals World Bank’s survey

Advertisment

ରାଜ୍ୟରେ ପ୍ରାୟ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ଓଡ଼ିଶା ରେ ୫୧% ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ନକଲି ଡାକ୍ତର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି।

Advertisment

ଏହା ଜାଣିବା ପରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟର ସମସ୍ତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବାକୁ ଖଣ୍ଡପୀଠ କହିଛନ୍ତି। କେଉଁ ଆଧାରରେ ଏହା ଯାଞ୍ଚ କରାଯିବ, କେବେ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ ଏବଂ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ଡାକ୍ତରଙ୍କ ପାଇଁ କ’ଣ ଦଣ୍ଡବିଧାନ କରାଯାଇପାରିବ ସେନେଇ ଜଣାଇବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଡାକ୍ତର ଏତେ ଖରାପ ଅକ୍ଷରରେ ପ୍ରେସ୍‌କ୍ରିପ୍ସନ କାହିଁକି ଲେଖନ୍ତି

ଆସନ୍ତା ଜାନୁଆରୀ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।  ବିଶ୍ୱବ୍ୟାଙ୍କ ସର୍ଭେ ଅନୁଯାୟୀ, ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଏହା ମାତ୍ର ୧୮% ବୋଲି ସର୍ଭେରୁ ସ୍ପଷ୍ଟ ହୋଇଛି।   

Advertisment
Doctors Odisha Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ