Advertisment

ଡାକ୍ତର ଏତେ ଖରାପ ଅକ୍ଷରରେ ପ୍ରେସ୍‌କ୍ରିପ୍ସନ କାହିଁକି ଲେଖନ୍ତି

ସୁନ୍ଦର ଅକ୍ଷରରେ ଲେଖିବା ପାଇଁ ପିଲାବେଳେ କିଏ ମାଡ଼ ଗାଳି ଖାଇ ନ ଥାଏ ? ବୋଧହୁଏ ସମସ୍ତେ ଖାଇଥିବେ। ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପିଲାବେଳୁ ସମସ୍ତେ ଅଭ୍ୟାସ କରିଥାନ୍ତି। ତଥାପି ଡାକ୍ତରମାନଙ୍କ ଅକ୍ଷର ଏତେ ଖରାପ ହୋଇଥାଏ କାହିଁକି ?

author-image
Minati Mishra
ଅଦ୍ୟତନ ହୋଇଛି
Doctor's Super Neat Writing On Prescription

Doctor's Super Neat Writing On Prescription

ସୁନ୍ଦର ଅକ୍ଷରରେ ଲେଖିବା ପାଇଁ ପିଲାବେଳେ କିଏ ମାଡ଼ ଗାଳି ଖାଇ ନ ଥାଏ ? ବୋଧହୁଏ ସମସ୍ତେ ଖାଇଥିବେ। ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପିଲାବେଳୁ ସମସ୍ତେ ଅଭ୍ୟାସ କରିଥାନ୍ତି। ତଥାପି ଡାକ୍ତରମାନଙ୍କ ଅକ୍ଷର ଏତେ ଖରାପ ହୋଇଥାଏ କାହିଁକି ? ଡାକ୍ତରୀ ପାଠ ପଢିବା ପାଇଁ ଅଧିକାଂଶ ପିଲାଙ୍କର ସ୍ୱପ୍ନ ଥାଏ। ହେଲେ ମେଧାବୀ, ପରିଶ୍ରମୀ ଛାତ୍ରଟିଏ ହିଁ ଏଥିପାଇଁ ମନୋନୀତ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଭଲ ଡାକ୍ତରଟିଏ ହୋଇ ପାରିଥାଏ। ହେଲେ ଏ ଡାକ୍ତରମାନଙ୍କର ଅକ୍ଷର ଏତେ ଖରାପ କାହିଁକି ହୋଇଥାଏ ? ପ୍ରେସ୍‌କ୍ରିପ୍‌ସନରେ ୫ରୁ ୧୦ ଧାଡି ଲେଖିଥିବେ, ହେଲେ ପଢିବା ମୁସ୍କିଲ ! ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଏମିତି କିଛି ଅଭିଜ୍ଞତା ଥିବ ।

Advertisment

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଖରାପ ଅକ୍ଷର ଯେତେ ହେଲେ ବି ଫାର୍ମାସିଷ୍ଟ କିନ୍ତୁ ଏହାକୁ ନିର୍ଭୁଲ ପଢିପାରନ୍ତି। ହେଲେ କେମିତି ? ଡାକ୍ତର ଆଉ ଫାର୍ମାସିଷ୍ଟଙ୍କ ମଧ୍ୟରେ କି ସମ୍ପର୍କ ଯୋଡ଼ି ରଖିଥାନ୍ତି ଭଗବାନ ? ଅନେକ ସମୟରେ ଡାକ୍ତରଙ୍କ ପ୍ରେସ୍‌କିପ୍ସନର ମେମେଜ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏଥର ମଧ୍ୟ ସୋଶିଆଲ ମିଡିଆରେ ଏମିତି ଜଣେ ଡାକ୍ତରଙ୍କ ପ୍ରେସ୍‌କିପ୍‌ସନ ଭାଇରାଲ ହୋଇଛି। ପ୍ରେସ୍‌କ୍ରିପ୍ସନଟି କେରଳର ଜଣେ ଡାକ୍ତର ନିତୀନ ନାରାୟଣଙ୍କର। ପ୍ରେସ୍‌କ୍ରିପ୍ସନଟି ଗତ ସପ୍ତାହରେ ଫେସବୁକ୍‌ରେ ବେନ୍ସି ଏସ୍‌ଡି ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି। ହେଲେ ଏହା ପ୍ରେସ୍‌କ୍ରିପ୍ସନ ଇତିହାସରେ ଏକ ବ୍ୟତିକ୍ରମ।  ପ୍ରେସ୍‌କ୍ରିପ୍ସନର ଫଟୋଟି ବେଶ ଭାଇରାଲ ହେବା ସହ ପ୍ରଶଂସା ବି ସାଉଁଟିଛି।

ଡାକ୍ତର ନିତୀନ ନାରାୟଣ ପ୍ରେସ୍‌କ୍ରିପ୍ସନଟି ଏତେ ସୁନ୍ଦର ଅକ୍ଷରରେ ଲେଖିଛନ୍ତି ଯେ ଯିଏ ଦେଖୁଛି, ମନ ଖୁସି ହୋଇଯାଉଛି। ଡାକ୍ତର ନୀତିନ କେରଳର ପାଲକ୍କଡର ଏକ କମ୍ୟୁନିଟି ସେଣ୍ଟରରେ ଶିଶୁ ବିଭାଗ ଡାକ୍ତର ଅଛନ୍ତି । ତିନି ବର୍ଷ ଧରି ସେ ଏଠାରେ କାମ କରି ଆସୁଛନ୍ତି । ସୁନ୍ଦର ଅକ୍ଷରରେ ଲେଖିବା ପାଇଁ ସେ ପିଲାବେଳୁ ଅଭ୍ୟାସ କରୁଥିଲେ। ଡାକ୍ତର ଜଣକ ଏହି ପ୍ରେସ୍‌କ୍ରିପସନରେ ପ୍ରତ୍ୟେକ ଔଷଧର ନାଁ ବୋଲ୍‌ଡ ଅକ୍ଷରରେ ଲେଖିଛନ୍ତି। ଖାଲି ସୁନ୍ଦର ଅକ୍ଷର ନୁହେଁ, ଅତି ପରିଷ୍କାର ଏବଂ ପ୍ରାଞ୍ଜଳ ଭାବେ ଲେଖିଛନ୍ତି, ଯାହାକୁ ଅତି ସହଜରେ ପଢିହେବ।

Advertisment

ଏ ପ୍ରସଙ୍ଗରେ ଉତ୍ତର ଦେଇ ଡାକ୍ତର ନାରାୟଣନ କହିଥିଲେ, ପାଠ ପଢା ଶେଷ ହେବା ପରେ ବି ସେ ଲେଖିବା ଅଭ୍ୟାସ ଜାରି ରଖିଛନ୍ତି। ଯାହା ତାଙ୍କୁ ଏବେ ସାହାଯ୍ୟ କରୁଛି। ସେ ସବୁବେଳେ ନିଜ ପ୍ରେସ୍‌କ୍ରିପ୍ସନ ବୋଲଡ ଲେଟରରେ ଲେଖିଥାନ୍ତି ଏବଂ ଏହି ଧାରାକୁ ବଜାୟ ରଖିବାକୁ ଚାହାନ୍ତି। ଅନ୍ୟ ଡାକ୍ତରମାନେ ହୁଏତ ବହୁତ ବ୍ୟସ୍ତ ଥିବାରୁ ଏମିତି ଖରାପ ଅକ୍ଷର ଲେଖନ୍ତି ବୋଲି ସେ କହିବା ସହ ନିଜେ ସବୁବେଳେ ଭଲ ଅକ୍ଷରରେ ଲେଖିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଡାକ୍ତର ନାରାୟଣନ ତ୍ରିଶୁର ମେଡିକାଲ କଲେଜରେ MBBS କରିଥିବାବେଳେ ଜବାହାରଲାଲ ଇନ୍‌ଷ୍ଟିଚ୍ୟୁଟ ଅଫ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଡୁକେଶନ ଆଣ୍ଡ ରିସର୍ଚ୍ଚରେ ପିଜି କରିଛନ୍ତି।

Doctors Viral Photo
Advertisment
Advertisment