Advertisment

ବନ୍ୟାଞ୍ଚଳ ଯିବେ ରାଜସ୍ବ ମନ୍ତ୍ରୀ, ତୁରନ୍ତ ମିଳିବ ବିପନ୍ନଙ୍କୁ ସହାୟତା

ବୈତରଣୀ ବନ୍ୟାରେ ବେଶୀ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ୧୪ ପଞ୍ଚାୟତର ୪୬ଟି ଗାଁ ପ୍ରଭାବିତ ହୋଇଛି । କାଣି ନଦୀରେ ୬୦ ଫୁଟର ଘାଇ ହେବା ପରେ ଦୁର୍ଦ୍ଦଶାରେ ଦଶରଥପୁର ବ୍ଲକର ଏକାଧିକ ପଞ୍ଚାୟତ । ଜଳବନ୍ଦୀ ହୋଇଛି ମଲ୍ଲିକାପୁର, କସପା, ମହାନ୍ତିପାଟଣା, ଦୁଦୁରାଅଣ୍ଟା, ସୁସୁଆ, ନିଜାମପୁର ଓ ଖାନନଗର ଆଦି ପଞ୍ଚାୟତ ।

Revenue Minister to Visit Flood-Hit Jajpur

Revenue Minister to Visit Flood-Hit Jajpur

Advertisment

ବନ୍ୟାଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ମନ୍ତ୍ରୀ । ଗ୍ରାଉଣ୍ଡରେ ସରଜମିନ ଅନୁଧ୍ୟାନ କରିବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଯାଜପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ବୁଲି ଦେଖିବେ ସ୍ଥିତି । ବୈତରଣୀର ଶାଖା ନଦୀ କାଣିରେ ଘାଇ ସୃଷ୍ଟି ହେବାରୁ ଏକାଧିକ ପଞ୍ଚାୟତର ୩୦-୪୦ ଗାଁ ପ୍ରଭାବିତ ହୋଇଛି । ସେଠାକୁ ଯିବେ ରାଜସ୍ବ ମନ୍ତ୍ରୀ । ପାଣି କମିବା ପରେ ପରେ ଘାଇ ମରାମତି ହେବ । ଯେତେଶୀଘ୍ର ହେବ ଘାଇ ମରାମତି କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି କମିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ଓ ତୁରନ୍ତ ବିପନ୍ନଙ୍କୁ ସହାୟତା ଦିଆଯିବ । ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Advertisment

ସେପଟେ ବୈତରଣୀ ବନ୍ୟାରେ ବେଶୀ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ୧୪ ପଞ୍ଚାୟତର ୪୬ଟି ଗାଁ ପ୍ରଭାବିତ ହୋଇଛି । କାଣି ନଦୀରେ ୬୦ ଫୁଟର ଘାଇ ହେବା ପରେ ଦୁର୍ଦ୍ଦଶାରେ ଦଶରଥପୁର ବ୍ଲକର ଏକାଧିକ ପଞ୍ଚାୟତ । ଜଳବନ୍ଦୀ ହୋଇଛି ମଲ୍ଲିକାପୁର, କସପା, ମହାନ୍ତିପାଟଣା, ଦୁଦୁରାଅଣ୍ଟା, ସୁସୁଆ, ନିଜାମପୁର ଓ ଖାନନଗର ଆଦି ପଞ୍ଚାୟତ । ଘାଇ ନିକଟରେ ଥିବା ଗାଁ ଗୁଡ଼ିକରେ ଘର ଭିତରେ ଛାତିଏ ଉଚ୍ଚ ପାଣି ପ୍ରଖର ସୁଅରେ ବହୁଥିବା ବେଳେ, କିଏ ଛାତ ଉପରେ ଆଶ୍ରୟ ନେଇଛନ୍ତି, ତ ଆଉ କିଏ ସ୍କୁଲ ଘରେ ।

ହଜାର ହଜାର ଲୋକ ବାସହରା ହୋଇ ପଡିଛନ୍ତି । ଆଜି କିଛି କିଛି ଅଞ୍ଚଳରୁ ପାଣି ଧୀରେ ଧୀରେ ଖସୁଛି । ଅଚାନକ ପାଣି ମାଡ଼ି ଆସିବାରୁ ଲୋକ ଘରୁ କିଛି ଜିନିଷ ଆଣି ପାରିଲେ ନାହିଁ । ପାଣିରେ ବୁଡ଼ିଗଲା ଲୁଗାପଟା, ଧାନ ଚାଉଳ, ଆସବାବପତ୍ର । ବିପନ୍ନଙ୍କୁ ବିଭିନ୍ନ ସ୍କୁଲ ଘର ଓ ଅନ୍ୟ ଆଶ୍ରୟସ୍ଥଳକୁ ନେଇ ରନ୍ଧା ଓ ଶୁଖିଲା ଖାଦ୍ୟ ଦେଉଛି ପ୍ରଶାସନ ।

Advertisment

ପୁଣି ବନ୍ୟା ଦାଉରେ କଲବଲ ଭଦ୍ରକ ଜିଲ୍ଲାବାସୀ । ଭାସୁଛି ଧାମନଗର ଅଞ୍ଚଳର ବହୁ ଗାଁ ଗଣ୍ଡା । ବିପର୍ଯ୍ୟସ୍ତ ହୋଇପଡ଼ିଛି ଚାଷ, ବାସ, ଘର, ଦ୍ବାର । ମଣିଷଙ୍କଠୁ ଗୃହପାଳିତ ପଶୁଙ୍କ ଯାଏଁ । ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି ଗତ ୨ ଦିନ ହେଲା । ଧାମନଗର ବ୍ଲକର ୪ଟି ପଞ୍ଚାୟତରେ ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି । ତାହାରି ଭିତରେ ଜୀବନ ଧାରଣ ପାଇଁ ସଂଘର୍ଷ ।

ତୃତୀୟ ଥରର ବୈତରଣୀ ବନ୍ୟାରେ ନଦୀ ତଟବର୍ତ୍ତୀ ଅଞ୍ଚଳ ହସନାବାଦ, ଅର୍ଜୁନପୁର, ପଧାନୀ, ସୋହଡା ଆଦି ୪ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଘରଦ୍ବାର ସହ ଚାଷବାସ ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି । ବିଶେଷ କରି ଅର୍ଜୁନପୁର ଓ ହସନାବାଦ ସାଂଘାତିକ ପ୍ରଭାବିତ ହୋଇଛି । ଭଣ୍ଡାରୀପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶିଛି ବନ୍ୟା ଜଳ । ଗୋଟିଏ ବର୍ଷ ଭିତରେ ବାରମ୍ବାର ବନ୍ୟାକୁ ନେଇ ଥରକୁ ଥର ଦୁର୍ଦ୍ଦଶା ଭୋଗୁଛନ୍ତି ବନ୍ୟାଞ୍ଚଳ ବାସିନ୍ଦା ।

Advertisment
Jajpur Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ