Advertisment

ମଦ୍ୟପାନରେ ଦେଶରେ ଓଡ଼ିଶା ଚତୁର୍ଥ ! ଜାତୀୟ ହାରକୁ ବି ପଛରେ ପକାଇଲା

ଓଡ଼ିଶାର ମହିଳା ମଧ୍ୟ ଏଥିରେ ପଛରେ ନାହାନ୍ତି।

Drinking Alcohol

Drinking Alcohol

Advertisment

ମଦ୍ୟପାନରେ ବଡ଼ ବଡ଼ ରାଜ୍ୟଙ୍କୁ ପଛ ପକାଇ ଦେଇଛି ଓଡ଼ିଶା। ଅର୍ଥାତ୍ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟର ଲୋକସଂଖ୍ୟା ତୁଳନାରେ ଅଧିକ ମଦ୍ୟପାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(NHFS)-5 ଦ୍ୱିତୀୟ ପର୍ଯ୍ୟାୟରେ ଏଭଳି ଆଶ୍ଚର୍ଯ୍ୟ କଲାଭଳି ରିପୋର୍ଟ ସାମ୍ନାକୁ ଆସିଛି। ଏପରିକି ଜାତୀୟ ସ୍ତରରେ ୧୫ ବର୍ଷରୁ ଅଧିକ ୧୮ ପ୍ରତିଶତ ପୁରୁଷ ମଦ ପିଉଥିବା ବେଳେ ଓଡ଼ିଶାରେ ୨୮.୮ ପ୍ରତିଶତ ପୁରୁଷ ପିଉଛନ୍ତି। ଓଡ଼ିଶାର ମହିଳା ମଧ୍ୟ ଏଥିରେ ପଛରେ ନାହାନ୍ତି।    

Advertisment

NHFS-5 ପାଇଁ ୬ ଲକ୍ଷ ୩୬ ହଜାର ୬୯୯ ପରିବାରକୁ ସାମିଲ କରାଯାଇଥିବା ବେଳେ ଓଡ଼ିଶାରେ ୨୬ ହଜାର ୪୭୬ ପରିବାର ଏଥିରେ ସାମିଲ ହୋଇଥିଲା। ୧୫ ବର୍ଷରୁ ଅଧିକ ବୟସର ବୟସର ଲୋକଙ୍କ ଠାରୁ ଘରକୁ ଘର ବୁଲି ସର୍ଭେ କରାଯାଇଥିଲା। 

ଏଥିରେ ଅରୁଣାଚଳ ପ୍ରଦେଶ ୫୨.୭, ଝାଡ଼ଖମ୍ଡରେ ୩୫, ଛତିଶଗଡ଼୩୪.୮, ତାମିଲନାଡୁ୨୫.୪, ଉତ୍ତରାଖଣ୍ଡ ୨୫.୫, ପଂଜାବ ୨୨.୮, ମଦ୍ୟପ୍ରଦେଶ ୧୭.୧, ଉତ୍ତର ପ୍ରଦେଶ ୧୪.୬ ଓ ହରିଆଣା୧୬.୧ ପ୍ରତିଶତ ଲୋକ ମଦ ପିଉଛନ୍ତି। ସେହିପରି ଜାତୀୟସ୍ତରରେ ୧.୬ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ୪.୩ ପ୍ରତିଶତ ରହିଛି।

Advertisment

ତେବେ ଓଡ଼ିଶାରେ ଉଭୟ ମହିଳା ଓ ପୁରୁଷ ଜାତୀୟ ହାରକୁ ପଛରେ ପକାଇ ଦେଇଛନ୍ତି। ରାଜ୍ୟରେ ସହରାଞ୍ଚଳରେ ୨୨.୭ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ପୁରୁଷମଦ୍ୟପାନ କରୁଛନ୍ତି। ତେବେ ପୂର୍ବ ପ୍ରକାଶିତ NHFS ରିପୋର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇନଥିବାରୁ କେଉଁ ପ୍ରକାରର ପରିବର୍ତ୍ତନ ହୋଇଛି ଜଣାପଡ଼ିନାହିଁ।   

Survey Report NHFS Drinking Alcohol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ