Advertisment

ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି

ସରକାରୀ ଚାକିରିରୁ ଅବସର ନେବାକୁ ଅନୁମତି। ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର। ଡିସେମ୍ବର ୩୧ରେ ଅବସର ନେବାକୁ ସରକାରଙ୍କ ଅନୁମତି।

ଅଦ୍ୟତନ ହୋଇଛି
Sunil Bansal

Sunil Bansal

Advertisment

ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି। ସରକାରୀ ଚାକିରିରୁ ଅବସର ନେବାକୁ ଅନୁମତି। ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର। ଡିସେମ୍ବର ୩୧ରେ ଅବସର ନେବାକୁ ସରକାରଙ୍କ ଅନୁମତି। ସୁନୀଲ ବଂଶଲଙ୍କ ଅବସର ଅନୁମତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। ସେ ମୟୂରଭଞ୍ଜ ଏସ୍‌ପି ଥିଲେ। ତେବେ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ । ତା’ ପରେ ଓଡିଶା ଫେରିବା ସହିତ ପୋଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିଥିଲେ ।

Advertisment

ଏହାପରେ ରାଜ୍ୟରେ ନୂଆ ଡିଜିପି ଦାୟିତ୍ୱ ମିଳିବା ନେଇ ଚିତ୍ର ପ୍ରାୟତଃ ସ୍ପଷ୍ଟ ହୋଇଛି। ନୂଆବର୍ଷରେ ଓଡ଼ିଶା ଦେଖିବ ନୂଆ ପୋଲିସ ଡିଜି। ଓଡ଼ିଶା ସରକାର ଏଥିପାଇଁ ୫ ଜଣ ବରିଷ୍ଠ ଆଇପିଏସଙ୍କ ନାଁ UPSCକୁ ସୁପାରିସ କରିଥିବା କୁହାଯାଉଛି। ଏମାନଙ୍କ ମଧ୍ୟରୁ ୫ ଆଇପିଏସ୍
ହେଲେ ବି. ରାଧିକା, ୱାଇ.ବି. ଖୁରାନିଆ, ଏ.ଏମ୍. ପ୍ରସାଦ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀ । ତେବେ ରେସରେ ବି. ରାଧିକାଙ୍କ ନାଁ ସବୁଠୁ ଆଗରେ ରହିଛି।

ଯଦି ବି. ରାଧିକା ନୂଆ ପୋଲିସ ଡିଜି ହୁଅନ୍ତି, ତେବେ ଓଡ଼ିଶା ଦେଖିବ ପ୍ରଥମ ମହିଳା ପୋଲିସ ଡିଜି। ୧୯୮୯ ବ୍ୟାଚର ଆଇପିଏସ୍ ଅଫିସର ବି. ରାଧିକା ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ୧୯୯୦ ବ୍ୟାଚର ଆଇପିଏସ୍ ୱାଇ. ବି. ଖୁରାନିଆ ଏବେ ଇଷ୍ଟର୍ଣ୍ଣ କମାଣ୍ଡ BSFର ସ୍ପେଶାଲ ଡିଜି ଅଛନ୍ତି। ସେହିପରି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ଅରୁଣ ଷଡ଼ଙ୍ଗୀ, ହୋମଗାର୍ଡ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ଜେଲ୍ ଡିଜି ଥିବା ଏ.ଏମ୍. ପ୍ରସାଦ ମଧ୍ୟ ଓଡ଼ିଶା ପୋଲିସର ମଙ୍ଗୁଆଳ ହୋଇପାରନ୍ତି ।

Advertisment

Odisha Police DG Sunil Bansal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ