Advertisment

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶାରେ ଆଲର୍ଟ: ମଲ୍‌, ହଲ୍‌ ଓ ବିଲ୍ଡିଂରେ ଅଚାନକ ଚଢ଼ଉ

ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସପିଂ ମଲ୍‌, କ୍ଲିନିକ, ସିନେମା ହଲ୍‌ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।

Odisha On Alert After Delhi Fire Mishap

Odisha On Alert After Delhi Fire Mishap

Advertisment

ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡ ଘଟଣା ପରେ ସତର୍କ ହୋଇଛି ଓଡ଼ିଶା। ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବାଲେଶ୍ୱର ସହରରେ ଥିବା ବିଭିନ୍ନ ସପିଂ ମଲ୍‌, କ୍ଲିନିକ, ସିନେମା ହଲ୍‌ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।   

Advertisment

ଯାଞ୍ଚ ବେଳେ ଷ୍ଟେସନ ଛକରେ ଥିବା ଏକ ଘରୋଇ ମଲ୍‌ରେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ନଥିବା ଜଣାପଡ଼ିଛି।  ଏପରକି ମଲ୍‌ରେ ଥିବା ଅଗ୍ନି ନିରାପତ୍ତା ସିଲିଣ୍ଡର ଚଳାଇବା ପାଇଁ ଅଭିଜ୍ଞ ଲୋକ ନଥିବା ମଧ୍ୟ ଜଣାପଡ଼ିଛି। ଆଗାମୀ ଦିନରେ ମଧ୍ୟ ବାଲେଶ୍ୱର ସହରର ଅନ୍ୟ ମଲ୍‌ ଓ ମେଡିକାଲ୍‌ ଗୁଡିକ ଉପରେ ଅଚାନକ ଚଢାଉ ଜାରି ରହିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି। 

ସେପଟେ କଟକ ସହରରେ ମଧ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ବିଭିନ୍ନ ଅଫିସ୍, ଶିଳ୍ପ ପ୍ରତିଷ୍ଠାନ, ହସ୍ପିଟାଲ୍‌ରେ ଯାଞ୍ଚ ହୋଇଛି।  ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ସହ ସାର୍ଟିଫିକେଟ୍ ମଧ୍ୟ ଯାଞ୍ଚ ହୋଇଛି। ସେହିପରି ଅଗ୍ନି ନିର୍ବାପକ ଯନ୍ତ୍ରର କାର୍ଯ୍ୟକାରିତା ନେଇ ମଲ୍‌ କର୍ମଚାରୀଙ୍କୁ ଅଗ୍ନିଶମ ବିଭାଗ ପ୍ରଶିକ୍ଷଣ ଦେଇଛି।  ଯେଉଁ ସ୍ଥାନରେ ତ୍ରୁଟି ଦେଖାଯିବ, ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି। 

Advertisment
Delhi Fire Tragedy Delhi Mundka Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ