Advertisment

ପୌର ନିର୍ବାଚନ ପାଇଁ ରାସ୍ତା ସଫା: ୫୦ ପ୍ରତିଶତ ମଧ୍ୟରେ ରହିବ ସଂରକ୍ଷଣ ସୀମା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟବସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଏବେ ରାଜ୍ୟ ସରକାର ମ୍ୟୁନ୍‌ସିପାଲ ଆଇନ ସଂଶୋଧନ କରିବା ପରେ ନିର୍ବାଚନର ବାଟ ଫିଟିଛି, କିନ୍ତୁ ବିରୋଧୀଙ୍କ ପ୍ରଶ୍ନ ହେଲା, ସରକାର ତ ଆଗରୁ ହିଁ ଆଇନରେ ସଂଶୋଧନ କରି ନିର୍ବାଚନ କରାଇ ପାରିଥାନ୍ତେ। ଏତେ ଦିନ ଧରି ତାହା କାହିଁକି କରୁନଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

undefined

Election

Advertisment

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ବାଟ ଫିଟିଲା। ବିଧାନସଭାରେ ମ୍ୟୁନିସପାଲିଟି ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି। ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଛି। ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ। ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।

Advertisment

ସଂଶୋଧିତ ଆଇନ ଅନୁସାରେ ପ୍ରଥମେ SC, STଙ୍କୁ ସଂରକ୍ଷଣ ଦିଆଯିବ। SC, STଙ୍କୁ ଆବଶ୍ୟକ ଆସନ ସଂରକ୍ଷଣ ଦେବା ପରେ ପଛୁଆ ବର୍ଗଙ୍କୁ ଦିଆଯିବ। ଆସନର ଅବଶିଷ୍ଟ ଅଂଶଗୁଡ଼ିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ। ୩ ବର୍ଷ ହେଲାଣି, ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ସରିଲାଣି।  ୩ ବର୍ଷ ତଳୁ ନିର୍ବାଚନ ହେବା କଥା କିନ୍ତୁ ସଂରକ୍ଷଣ ସୀମାକୁ ନେଇ ନିର୍ବାଚନ କରାଉନଥିବା କହି ଆସୁଥିଲେ ସରକାର। ଏଥିପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ଆଳ କରୁଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟବସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଏବେ ରାଜ୍ୟ ସରକାର ମ୍ୟୁନ୍‌ସିପାଲ ଆଇନ ସଂଶୋଧନ କରିବା ପରେ ନିର୍ବାଚନର ବାଟ ଫିଟିଛି, କିନ୍ତୁ ବିରୋଧୀଙ୍କ ପ୍ରଶ୍ନ ହେଲା, ସରକାର ତ ଆଗରୁ ହିଁ ଆଇନରେ ସଂଶୋଧନ କରି ନିର୍ବାଚନ କରାଇ ପାରିଥାନ୍ତେ। ଏତେ ଦିନ ଧରି ତାହା କାହିଁକି କରୁନଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Advertisment
Odisha Cabinet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ