Motor Transportation Workers’ Association Strike
ଆଜିଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ।
ଆଜିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି । ଏହାକୁ ନେଇ ବଢିଛି ଚିନ୍ତା । କାରଣ ଯୋଗାଣ ପ୍ରଭାବିତ ହେଲେ ଆଜି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି । ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି ।
ସେପଟେ ଓଡ଼ିଶା ପରିବହନ କର୍ମଚାରୀ ସଂଘର ଆନ୍ଦୋଳନ ଡାକରାକୁ ସମର୍ଥନ ଦେବେ ନାହିଁ ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ । ତେଣୁ ରାଜ୍ୟରେ ଉଭୟ ଘରୋଇ ବସ୍ ଓ ମାଲବାହୀ ଟ୍ରକ୍ ସ୍ୱାଭାବିକ ଭାବେ ଚଳାଚଳ କରିବ । ଯାତ୍ରୀବାହୀ ବସ୍ ଯାତାୟାତ ବେଳେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବା ଲାଗି ପ୍ରଶାସନର ସହଯୋଗ ମଧ୍ୟ ଲୋଡ଼ିଛି ସଂଘ ।
ସେହିପରି ଅଲ ଓଡିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡରେସନ ପକ୍ଷରୁ ଦିଆଯାଇଥିବା ଚକାବନ୍ଦ ଆନ୍ଦୋଳନକୁ ରାଜ୍ୟ ଟ୍ରକ ମାଲିକ ମହାସଙ୍ଗ ସମର୍ଥନ ଦେବ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଟ୍ରକ ମାଲିକ ମହାସଂଘ ସାଧାରଣ ସମ୍ପାଦକ ରବି ଶତପଥୀ । ସାଧାରଣ ଲୋକଙ୍କୁ ହଇରାଣରେ ନପକାଇବାକୁ ସଂଘ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704679793.jpg)