Advertisment

ପ୍ରକାଶ ପାଇଲା ନବମ, ଦଶମ ପରୀକ୍ଷା ସୂଚୀ

ଜାଣନ୍ତୁ କେଉଁ ବିଷୟ କେତେ ତାରିଖରେ ପରୀକ୍ଷା ହେବ।

ଅଦ୍ୟତନ ହୋଇଛି
undefined

Matric Exam

Advertisment

ପ୍ରକାଶ ପାଇଲା ମାଧ୍ୟମିକ ଶିକ୍ଷା ବୋର୍ଡର ମାଟ୍ରିକ ପରୀକ୍ଷା ସୂଚୀ। ଆସନ୍ତା ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ଭାଷା ହେବାକୁ ଥିବାବେଳେ ମେ ୨ରେ ହେବ ଗଣିତ ପରୀକ୍ଷା। ସେହିପରି ମେ ୪ ତାରିଖରେ ବିଜ୍ଞାନ ଏବଂ ମେ ୫ରେ ପ୍ରଥମ ଭାଷା ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତି ଦର୍ଶାଇଛି ମାଧ୍ୟମିକ ଶିକ୍ଷା ପରିଷଦ।

Advertisment

ତାସହ ମେ ୬ ତାରିଖରେ ତୃତୀୟ ଭାଷା ଏବଂ ମେ ୭ ତାରିଖରେ ହେବ ସାମାଜିକ ବିଜ୍ଞାନ ପରୀକ୍ଷା। ତେବେ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଥମ ଭାଷା, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ପୃଥକ ରହିବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ଦର୍ଶାଯାଇଛି। 

ସେହିପରି ନବମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା-୨ର ସୂଚୀ ମଧ୍ୟ ପ୍ରକାଶିତ ହୋଇଛି। ଏପ୍ରିଲ ୧୩ରେ ଦ୍ୱିତୀୟ ଭାଷା ଏବଂ ଏପ୍ରିଲ ୧୬ରେ ଗଣିତ ପରୀକ୍ଷା ହେବ। ଏପ୍ରିଲ ୧୮ରେ ବିଜ୍ଞାନ ପରୀକ୍ଷା ହେବ ଏବଂ ଏପ୍ରିଲ ୧୯ରେ ପ୍ରଥମ ଭାଷା ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଏହାପରେ ଏପ୍ରିଲ ୨୦ରେ ସାମାଜିକ ବିଜ୍ଞାନ ଓ ଏପ୍ରିଲ ୨୧ରେ ତୃତୀୟ ଭାଷା ପରୀକ୍ଷା ହେବ।

Advertisment
BSE Matric Exam 9th Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ