Advertisment

ନବୀନ କହିଲେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବ୍ୟବସ୍ଥାରେ ସାରା ଦେଶରେ ଓଡ଼ିଶା ପ୍ରଥମ

କୁଚିଣ୍ଡାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଛନ୍ତି। ରାଜ୍ୟର ସାଢ଼େ ୩ କୋଟି ଲୋକ BSKY ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Distribution of BSKY Card

Distribution of BSKY Card

Advertisment

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୁଚିଣ୍ଡାରେ ପହଞ୍ଚି ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି। ତାସହ ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ସହ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। କୁଚିଣ୍ଡାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ କହିଛନ୍ତି ଯେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବ୍ୟବସ୍ଥାରେ ସାରା ଦେଶରେ ଆମେ ପ୍ରଥମ।

Advertisment

ସେପ୍ଟେମ୍ବର ୧ରୁ ଲାଗୁ ଏହି ବ୍ୟବସ୍ଥାରେ ୧୦ ଲକ୍ଷ ପରିବାର କାର୍ଡ ପାଇଲେଣି। ଏଯାବତ ୧୦ ହଜାର ଲୋକ BSKYରେ ସ୍ୱାସ୍ଥ୍ୟ ସୁବିଧା ପାଇ ସାରିଲେଣି। ରାଜ୍ୟ ସରକାରଙ୍କୁ ଏ ବାବଦକୁ ୨୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିଛି। ରାଜ୍ୟର ସାଢ଼େ ୩ କୋଟି ଲୋକ BSKY ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତେଣେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବିଜେପି ଉପଖଣ୍ଡବାସୀଙ୍କ ୨୨ ଦଫା ଦାବି ଉପସ୍ଥାପନ କରିବ ବୋଲି ସୂଚନା ମିଳିଛି। ତାସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି କହିଛି ବିଜେପି।

Advertisment

ଏପରିକି ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବି ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ତେଣୁ ଆଜିର ଗସ୍ତକୁ ବିରୋଧ କରାଯିବ ବୋଲି ବିଜେପି କହିବା ପରେ କିଛି ବିଜେପି କର୍ମକର୍ତ୍ତାଙ୍କୁ ପୋଲିସ ଆଗୁଆ ଅଟକ ରଖିଛି। ତେବେ ବିଜେପିର ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Sambalpur CM Naveen Pattnaik Health Smart Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ