Advertisment

ଚାଷୀ ପାଇଲେ ନୂଆଁଖାଇ ଭେଟି, ଖାତାକୁ ଗଲା ସିଏମ କିଷାନ ଟଙ୍କା

ଆସନ୍ତାକାଲି ନୂଆଁଖାଇ ପଡୁଥିବା ବେଳେ ଏହାର ପୂର୍ବ ଦିନ ଅର୍ଥାତ୍ ଆଜି ଚାଷୀଙ୍କ ଖାତାକୁ ଯାଇଛି ରବି ୨୦୨୫-୨୬ର ସିଏମ୍ କିଷାନ ସହାୟତା ରାଶି ।

CM Kisan scheme

CM Kisan scheme

Advertisment

ଚାଷୀଙ୍କୁ ନୂଆଁଖାଇ ଭେଟି ଦେଲେ ରାଜ୍ୟ ସରକାର । ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ କିଷାନ ଟଙ୍କା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ରାଜ୍ୟ ସରକାର । ରାଜ୍ୟର ପ୍ରାୟ ୫୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇଛନ୍ତି ।

Advertisment

ଆସନ୍ତାକାଲି ନୂଆଁଖାଇ ପଡୁଥିବା ବେଳେ ଏହାର ପୂର୍ବ ଦିନ ଅର୍ଥାତ୍ ଆଜି ଚାଷୀଙ୍କ ଖାତାକୁ ଯାଇଛି ରବି ୨୦୨୫-୨୬ର ସିଏମ୍ କିଷାନ ସହାୟତା ରାଶି । ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ରବି ୨୦୨୫-୨୬ ପାଇଁ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି ।

ସିଏମ୍ କିଷାନ ସହାୟତାର ତୃତୀୟ କିସ୍ତିରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁନ୍ନତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଡି.ବି.ଟି ମାଧ୍ୟମରେ ମୋଟ ୧୦୪୧.୨୯ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Advertisment
Odisha Govt Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ