• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର ଚାକିରିରୁ ବରଖାସ୍ତ । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ-ORHDCର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ବରଖାସ୍ତ ନେଇ ରାଜ୍ୟ ସରକାରଙ୍କ ସୁପାରିସକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ।

ମହାବାତ୍ୟା ପରେ ପରେ ବିନୋଦ କୁମାର ORHDCର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ୨୦୦୧ରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅହେତୁକ ଅନୁକଂପା ଦେଖାଇ ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ । ଯାହା ଫଳରେ ରାଜ୍ୟ ସରକାରଙ୍କର ବହୁ ଟଙ୍କା କ୍ଷତି ହୋଇଥିଲା ।

ଏଥିଲାଗି ବିନୋଦଙ୍କ ବିରୋଧରେ ରାଜ୍ୟ ସରକାର ୨୭ଟି ଭିଜିଲାନ୍ସ କେସ୍ କରିଥିଲେ । ତା ଭିତରୁ ୨ଟିରେ ୨୦୧୮ ମସିହାରେ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ ବିନୋଦଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପର ଠାରୁ ରାଜ୍ୟ ସରକାରଙ୍କୁ ନିଲମ୍ବିତ କରିଥିଲେ । ସେବେଠାରୁ ନିଲମ୍ବିତ ଥିବା ବିନୋଦଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କରିଥିଲେ ।