Advertisment

ପର୍ଯ୍ୟଟନ ବିକାଶର ଅର୍ଥ କଣ ବେଳାଭୂମୀରେ ମଦ ଦୋକାନ?

ମାନବ ଅଧତ୍କାର ସୁରକ୍ଷା ମଞ୍ଚ ସଦସ୍ୟ ଅବନୀ ଗୟା କହିଛନ୍ତି ଯେ, ଗୋପାଳପୁର ଓ ସୋନପୁର ବେଳାଭୂମିର ପ୍ରତି ୫୦ ମିଟର ଦୂରରେ ଖୋଲାଖୋଲି ମଦ ଦୋକାନ କରିବାକୁ ଚାହୁଁଛନ୍ତି। ଏହା କେଉଁ ପ୍ରକାରର ଜନମଙ୍ଗଳ କାମ? ଏହା କି ପ୍ରକାର ପର୍ଯ୍ୟଟନର ବିକାଶ? ଗଂଜାମବାସୀ ଏଭଳି ନିଷ୍ପତ୍ତିକୁ ଦୃଢ ବିରୋଧ କରୁଛି।

Gopalpur Sea Beach

Gopalpur Sea Beach

Advertisment

ବ୍ରହ୍ମପୁର: ଗଞ୍ଜାମ ଗୋପାଳପୁର ଓ ପାତିସୋନପୁର ବେଳାଭୂମୀରେ ପ୍ରସ୍ତାବିତ ମଦ ଦୋକାନକୁ ତୀବ୍ର ବିରୋଧ। ପର୍ଯ୍ୟଟକଙ୍କୁ ଆକୃଷ୍ଣ ପାଇଁ ମଦ ଦୋକାନ ଖୋଲାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ପରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ କରଯାଇଛି। ଇତିମଧ୍ୟରେ ଏସବୁ ସ୍ଥାନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନ ପରିଦର୍ଶନ ସହ ମାପଚୁପ ବି ସରିଲାଣି। ଏଠାରେ ମଦ ଦୋକାନ ଖୋଲାଗଲେ ଏହା ପର୍ଯ୍ୟଟକଙ୍କ ପାଇଁ ଅସୁରକ୍ଷିତ ସ୍ଥାନ ହୋଇଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ କୁହାଯାଇଛି।

Advertisment

ତେବେ ସମୁଦ୍ର ତଟରେ ମଦ ଦୋକାନ ଖୋଲାଯିବା ପ୍ରକ୍ରିୟା ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି ବୋଲି ବ୍ରହ୍ମପୁର ଉପଜିଲାପାଳ କହିଛନ୍ତି। ତେବେ ଲୋକଙ୍କ ଦାବିକୁ ବି ଶୁଣାଯାଇ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ କହିଛନ୍ତି। ସେପଟେ ବେଳାଭୂମି ମଦମୁକ୍ତି ଅଭିଯାନ ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। 

ବ୍ରହ୍ମପୁର ଉପଜିଲାପାଳ ଭି. କୀର୍ତ୍ତୀଭାସ କହିଛନ୍ତି ଯେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବେଳାଭୂମୀର ସୌନ୍ଦର୍ଯ୍ୟକରଣ କରାଯାଉଛି। ମଦ ଦୋକାନ ଖୋଲାଯିବା ପ୍ରକ୍ରିୟା ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇନାହିଁ। ଲୋକଙ୍କ ମତାମତ ନେବାପରେ ଆମେ କାମ ଆରମ୍ଭ କରିବୁ। ଏହା ନିଶ୍ଚିତ ଯେ ସେଠାରେ କୌଣସି ଅନୈତିକ କାର୍ଯ୍ୟକଳାପ ହେବ ନାହିଁ। ସ୍ଥାନୀୟ ଆବାସ ଅଞ୍ଚଳରେ କରାନଯାଇ ଏହାଠୁ ବହୁ ଦୂରରେ କମର୍ସିଆଲ ଅଞ୍ଚଳରେ କରାଯିବ।    

Advertisment

ମାନବ ଅଧତ୍କାର ସୁରକ୍ଷା ମଞ୍ଚ ସଦସ୍ୟ ଅବନୀ ଗୟା କହିଛନ୍ତି ଯେ, ଗୋପାଳପୁର ଓ ସୋନପୁର ବେଳାଭୂମିର ପ୍ରତି ୫୦ ମିଟର ଦୂରରେ ଖୋଲାଖୋଲି ମଦ ଦୋକାନ କରିବାକୁ ଚାହୁଁଛନ୍ତି। ଏହା କେଉଁ ପ୍ରକାରର ଜନମଙ୍ଗଳ କାମ? ଏହା କି ପ୍ରକାର ପର୍ଯ୍ୟଟନର ବିକାଶ? ଗଂଜାମବାସୀ ଏଭଳି ନିଷ୍ପତ୍ତିକୁ ଦୃଢ ବିରୋଧ କରୁଛି।

ଏହା ପୂର୍ବରୁ ଗୋଆ ଓ ଥାଇଲ୍ୟାଣ୍ଡ ଢାଂଚାରେ ଓଡ଼ିଶାର ପୁରୀ ବେଳାଭୂମିରେ ମଦ ବାର ଓ ରେଷ୍ଟୁରାଣ୍ଟ(ବିଚ୍ ସାକ୍ସ) ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ ବିଭିନ୍ନ ସଂଗଠନ ତୀବ୍ର ବିରୋଧ କରିବା ପରେ ରାଜ୍ୟ ସରକାର ନିଜ ନିଷ୍ପତ୍ତିରୁ ବଦଳାଇଥିଲେ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ବେଳାଭୂମିରେ କୌଣସି ପ୍ରକାରର ବିଚ୍ ସାକ୍ସ ଖୋଲାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ହିନ୍ଦୁମାନଙ୍କ ଆଧ୍ୟାତ୍ମିକ ସହର ଭାବେ ପରିଚିତ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଥିବା ଯୋଗୁ ସେଠାର ବେଳାଭୂମିରେ ଏଭଳି ବିଚ୍ ସାକ୍ସ(ମଦ ବାର ଓ ରେଷ୍ଟୁରାଂଟ) ଖୋଲିବା ନିଷ୍ପତ୍ତି ଉତ୍କଳୀୟ ଓ ଜଗନ୍ନାଥ ସଂସ୍କୃତିକୁ କଳୁଷିତ କରୁଛି ତଥା ଏହା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। 

Advertisment
Odisha News Gopalpur Protest Gopalpur Beach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ