Odisha Govt buses will be soon available on lease
ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ? କ୍ଷତିରେ ଚାଲୁଥିବା ଦର୍ଶାଇ ଲିଜ୍ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା ଚାଲିଛି। କ୍ରମାଗତ କ୍ଷତିରେ ଚାଲୁଥିବା ଓଡିଶା ରାଜ୍ୟ ସଡକ ପରିବହନ ନିଗମର ସ୍ଥିତି ସୁଧାରିବା ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ନୂଆ ଢାଞ୍ଚାରେ ପରିଚାଳିତ ହେବ OSRTC ବସ୍।
ଏଥିପାଇଁ ବସ୍ ଗୁଡ଼ିକୁ ଲିଜ୍ରେ ଦେବାକୁ ପଦକ୍ଷେପ ନିଆଯିବ। OSRTC ଉଚ୍ଚ ସ୍ତରୀୟ ବୈଠକରେ ପ୍ରମୁଖ ସଚିବ ଏଭଳି ପରାମର୍ଶ ଦେଇଛନ୍ତି। ଘରୋଇ ସଂସ୍ଥା OSRTC ବସ୍ ଚଳାଇବେ।ବସ୍ର ରକ୍ଷଣାବେକ୍ଷଣ, ମରାମତି, ଇନ୍ଧନ ଖର୍ଚ୍ଚ, କର୍ମଚାରୀ ଦରମା ଆଦି ଖର୍ଚ୍ଚକୁ ଘରୋଇ ସଂସ୍ଥା ବହନ କରିବ।
ଅଧିକ ପଢ଼ନ୍ତୁ: ଓଟିଭି ହାତରେ ଲାଗିଛି ଦସ୍ତାବିଜ; OSRTC ସହୁଛି କୋଟି କୋଟି ଟଙ୍କାର କ୍ଷତି
ଘରୋଇ ସଂସ୍ଥା ଗୁଡିକର ବସ୍ ଚଳାଇବା ପାଇଁ ଉନ୍ନତ ପରିଚାଳନା ବ୍ୟବସ୍ଥା ରହିଛି। ଏଥିସହ OSRTC ବସ୍ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ବସ୍ ସଂଖ୍ୟା ବୃଦ୍ଧି କରାଯାଇ ଏକ ହଜାର କରାଯିବ। ବର୍ତ୍ତମାନ OSRTCର ୬୩୬ଟି ବସ୍ ରହିଛି। ସେଥିରୁ ମାତ୍ର ୪୭୮ଟି ଚଳାଚଳ କରୁଛି। ତେଣୁ ‘ମୋ ବସ୍’ ଚଳାଉଥିବା କ୍ରୁଟ ଭଳି OSRTCକୁ ନୂଆ ଢାଞ୍ଚାରେ ପରିଚାଳିତ କରିବା ପାଇଁ ଯୋଜନା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674638242.jpg)