Advertisment

କେନ୍ଦ୍ରାପଡ଼ାରେ ନିର୍ମାଣ ହେବ ବୃହତ୍ତ ଷ୍ଟିଲ୍ ପ୍ଲାଣ୍ଟ

ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ।

Steel Plant

Steel Plant

Advertisment

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ନିର୍ମାଣ ହେବ ବୃହତ୍ତ ଷ୍ଟିଲ୍ ପ୍ଲାଣ୍ଟ। ବାର୍ଷିକ ୨୪ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ଷ୍ଚିଲ୍ ପ୍ଲାଣ୍ଟ ନିର୍ମାଣ କରିବ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍। ଏଥିପାଇଁ ୧ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ କରିବ କଂପାନୀ। ଯେଉଁଥିରେ ରାଜ୍ୟର ୧୬ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ହାଇ-ଲେବଲ୍ କ୍ଲିଅରାନ୍ସ କମିଟି ଆଜି ଆର୍ସେଲର ମିତ୍ତର କଂପାନୀର ପ୍ରସ୍ତାବକୁ ମଂଜୁରୀ ଦେଇଛି। ମହାକାଳପଡ଼ା ବ୍ଲକରେ ନିର୍ମାଣ ହେବାକୁ ଥିବା ଏହି ବୃହତ୍ ଷ୍ଟିଲ୍ ପ୍ଲାଣ୍ଟ ଦେଶରେ ସବୁଠୁ ବଡ଼ ହେବ ବୋଲି କୁହାଯାଇଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆର୍ସେଲର ମିତ୍ତିଲ ନିପ୍ପନ ଷ୍ଟିଲ କମ୍ପାନୀ ନିଜର ସର୍ବଶେଷ ଗ୍ରୀନ୍ ଷ୍ଟିଲ ଉତ୍ପାଦନ ଟେକ୍ନୋଲୋଜି ମାଧ୍ୟମରେ କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକଠାରେ ବାର୍ଷିକ ୨୪ ନିୟୁତ ଟନ୍ ବିଭିନ୍ନ ଗ୍ରେଡର ଷ୍ଟିଲ୍ ଉତ୍ପାଦନ କରିବ। ଉଚ୍ଚ ମାନର ଡାଉନଷ୍ଟିମ ଷ୍ଟିଲ ପ୍ରଡକ୍ଟ ମଧ୍ୟ ଏଠାରୁ ଉତ୍ପାଦନ ହେବ। ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ।

ଯାହାକି ଏହି ଅଂଚଳରେ ଭିତ୍ତିଭୂମି ବିକାଶକୁ ଅଧିକ କ୍ରିୟାଶୀଳ କରାଇବ । ଏହି ପ୍ରସ୍ତାବିତ ଷ୍ଟିଲ କମ୍ପେ୍ଲକ୍ସ ସହ କମ୍ପାନୀ ମଧ୍ୟ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପାର୍କ ବିକଶିତ କରିବ, ଯାହାକି ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ। ବହୁ ସଂଖ୍ୟକ ଆନ୍ସିଲାରି ମାନ୍ୟୁଫାକଚରିଂ କମ୍ପାନୀ ଏଠାରେ ନିଜର ୟୁନିଟ୍ ସ୍ଥାପନ କରି ବହୁ ପରିମାଣର ଷ୍ଟିଲ ଉତ୍ପାଦନ ସୁବିଧାରେ ସହାୟକ ହେବେ। 

Advertisment

ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକ ସୁବିଧା ଯଥା- ଲଜିଷ୍ଟିକ୍ ଭିତ୍ତିଭୂମି, ବିଦ୍ୟୁତ, ଜଳ ଆଦି ସହ ସମସ୍ତ ବୈଧାନିକ କ୍ଲିଅରାନ୍ସକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ସରକାରୀ ଏଜେନ୍ସୀ ପ୍ରଦାନ କରିବେ। ଯାହାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟି ତଦାରଖ କରିବ। ଏହି ବିପୁଳ ପୁଞ୍ଜିନିବେଶ ସହ ଓଡ଼ିଶା ଗତ ବର୍ଷକ ମଧ୍ୟରେ ୨.୭୦ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ କରିପାରିଛି। ଯାହାକି ରାଜ୍ୟରେ ୧.୬ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଓଡ଼ିଶା ମଧ୍ୟ ଦେଶର ସର୍ବବୃହତ୍ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ପାଲଟିଛି । ଏଭଳି ପ୍ରକଳ୍ପ ଦ୍ୱାରା ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ସମ୍ଭବପର ହେବ।

Steel Plant Kendrapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ