Advertisment

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ତାଲିକାରେ ୧୦ ସଦସ୍ୟ

୧୦ ଜଣିଆ ପରିଚାଳନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଟିରେ ସ୍ଥାନ ପାଇଛନ୍ତି ୧୦ ଜଣ ସଦସ୍ୟ ।

Shri Mandir Management Committee

Shri Mandir Management Committee

Advertisment

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣିଆ ପରିଚାଳନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଟିରେ ସ୍ଥାନ ପାଇଛନ୍ତି ୧୦ ଜଣ ସଦସ୍ୟ । ମୁକ୍ତିମଣ୍ଡପ ପ୍ରତିନିଧି ସିଦ୍ଧେଶ୍ବର ମହାପାତ୍ର, ସେବକ ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ, ସେବକ ପ୍ରତିନିଧି ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସମହାପାତ୍ର, ସେବକ ପ୍ରତିନିଧି ରାମନାରାୟଣ ଗୋଚ୍ଛିକାର, ମଠ ପ୍ରତିନିଧି ଭାବେ ସ୍ଥାନ ପାଇଲେ ରଘୁବୀର ଦାସମହାରାଜ, ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ଓ ମହେଶ କୁମାର ସାହୁ ପରିଚାଳନା କମିଟିରେ ସ୍ଥାନ ପାଇଛନ୍ତି ।

Advertisment

ପାଖାପାଖି ଗୋଟିଏ ବର୍ଷ ହେବ ଗଠନ ହୋଇନଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏତେଦିନ ଧରି କମିଟି ଗଠନ ନହେବାକୁ ନେଇ ଦେଖା ଦେଇଥିଲା ସବୁଠି ଅସନ୍ତୋଷ । ଏମିତିକି ରଥଯାତ୍ରା ସମୟରେ ଅଘଟଣ ଘଟିବା ଘଟଣା ପରେ ଏହି ଦାବି ଜୋର ଧରିଥିଲା । ବରିଷ୍ଠ ସେବାୟତଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଏହାକୁ ନେଇ ଅସନ୍ତୋଷ ବଢ଼ିଥିଲେ । ତେଣୁ ରାଜ୍ୟ ସରକାର ଖୁବଶୀଘ୍ର କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ନେଇ ପୂର୍ବରୁ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । ଅଗଷ୍ଟ ୧୫ ତାରିଖ ଦିନ ମନ୍ତ୍ରୀ କହିଥିଲେ, ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି । ପୁରୀରେ ସ୍ବାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ଅବସରରେ ଏହି ବଡ଼ ଘୋଷଣା କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କ ପକ୍ଷରୁ ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।

Advertisment

କମିଟି ଗଠନ ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି କରାଯିବ । ଆରବିଆଇର ଦୁଇ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି ହେବ ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ । ସେହିପରି ଆଗାମୀ ରଥଯାତ୍ରା ପାଇଁ ଖୁବ୍ ଶୀଘ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ଅଉ ଏବେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ଗରିଛନ୍ତି ସରକାର ।

Odisha Government Shri Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ